October 5, 2024

ଉପଜିଲ୍ଲାପାଳଙ୍କ ମିନାଝୋଲା ପରିଦର୍ଶନ 

Share

 

ରାୟଗଡା :ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅଧୀନ ରେ ଥିବା ମିନାଝୋଲା ଶୈବପୀଠ କୁ ପରିଦର୍ଶନରେ ଆସିଥିଲେ ଗୁଣୁପୁର ଉପ ଜିଲ୍ଲାପାଳ ତଥା ପିଏ ଆଇଟିଡିଏ ଅଧିକାରୀ କିରଣ ଦୀପ କୌର ସାହତେ । ଶ୍ରୀମିନଝୋଲା ମନ୍ଦିର ପରିଦର୍ଶନ କରି ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ମିନାଝୋଲା ଶୈବ ପୀଠର ଉନ୍ନତି କରଣ ତଥା ମନ୍ଦିର ତିଆରି କରିବା ପାଇଁ ଗୁଣୁପୁର ଆଇଟିଡିଏକୁ ୪୦ ଲକ୍ଷ ଟଙ୍କାରେ ମନ୍ଦିର ନିର୍ମାଣ କରିବା ପାଇଁ ଦୁଇଟି ଜାଗା ଟି ଚିହ୍ନଟ କରି ଛନ୍ତି । ମିନାଝୋଲା ନିକଟ ବଙ୍ଗଶଧାରା ନଦୀ ନିକଟ ଜାଗା ଗୁଡ଼ିକ କଳା ଚିକିଟା ମାଟି ଓ ଖାଲ ଖୋମା ହୋଇଥିବାରୁ ଥିବାରୁ କେଉଁ ଜାଗାରେ ମନ୍ଦିର ତିଆରି କଲେ କିଛି ଅସୁବିଧା ହେବନି ସେନେଇ ଉପସ୍ଥିତ ଥିବା ଚନ୍ଦ୍ରପୁର ବ୍ଲକ ଗୋଷ୍ଟିଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ , ମୀନାଝୋଲା ବାବା ସ୍ବାମୀ ଜନକାନନ୍ଦ ଗିରୀ ଆଇଟିଡିଏ ଜନ୍ତ୍ରୀ ବିଶେଶ୍ଵର ମାଝୀ, ଚନ୍ଦ୍ରପୁର ବ୍ଲକ ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱଜିତ୍ ମିଶ୍ର , ଉପେନ୍ଦ୍ର ସାହୁ,କମ୍ପ୍ୟୁଟର ପ୍ରୋଗ୍ରାମ ଅଫିସର ଗୋପୀନାଥ ମହାଙ୍କୁଡ, କାର୍ଯ୍ୟନିର୍ବାହୀ ଅଧିକାରୀ କରୁଣା କର ସେନାପତି, ରାଜସ୍ବ ନୀରିକ୍ଷକ ନୀଳାଞ୍ଚଳ ଗୌଡ଼,

ରେଭ୍ୟୁନୁ ସୁପର ଭାଇଜର ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସହ ଆଲୋଚନା କରି ଥିବା ଜଣା ପଡ଼ିଛି। ସଠିକ ଜାଗା ନିରୂପଣ ହେଲା ପରେ କାମ ପାଇଁ ଟେଣ୍ଡର କରା ଯିବ ବୋଲି ଆଲୋଚନା କରା ଯାଇଛି।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ