October 5, 2024

ଖଣ୍ଡାରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ..

Share

ଘରେ ପଶିଲେ, ଖଣ୍ଡାରେ ଚୋଟ ପରେ ଚୋଟ ମାରିଚାଲିଲେ, ଘରୁ ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ଶୁଣାଗହଣା ଲୁଟିନେଲେ, ଗଲାବେଳକୁ ଘରେ ଲାଗିଥିବା ସିସିଟିଭି ର ହାର୍ଡଡିସ୍କ କୁ ନେଇ ଚାଲିଗଲେ l ଏହିଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅଧିନ ହସିଣା ଗ୍ରାମରେ l ରାତ୍ରି ଆଠ ରୁ ନଅ ଟା ଭିତରେ ହସିଣା ଗ୍ରାମର ଦେବି ପ୍ରସାଦ ମିଶ୍ର ଓ ତାଙ୍କ ବୋହୁ ଘରେ ଥିବାବେଳେ ଦୁଇଜଣ ଦୁର୍ବୁର୍ତ୍ତ ଘର ଭିତରକୁ ପଶିଆସି ହଠାତ ଦେବିପ୍ରସାଦ ଙ୍କ ଦୁଇ ହାତକୁ ଚୋଟ ପରେ ଚୋଟ ମାରିବା ସହିତ ଘରେ ଯାହା ଅଛି ଦେବାକୁ ଧମକ ଦେଇଥିଲେ l ଏହା ସହିତ ଦେବିପ୍ରସାଦ ଙ୍କୁ ଘର ଭିତରେ ପୁରାଇଦେଇ ତାଙ୍କ ବୋହୁ ପିନ୍ଧଥିବା ସମସ୍ତ ସୁନାଗହଣା ସହିତ ଘରେ ରହିଥିବା ଟଙ୍କା ଓ ସୁନାଗହଣା ଲୁଟିନେଇ ଫେରାର ହୋଇଯାଇଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l କିଛିଦିନ ପୂର୍ବରୁ ବିଳମ୍ବିତ ରାତ୍ରିରେ ଦେବୀପ୍ରସାଦ ଙ୍କ ଘର ସମ୍ମୁଖରୁ ଏକ ବାଇକ ଲୁଟିନେଉଥିବା ବେଳେ ଦେବି ପ୍ରସାଦଙ୍କୁ ଦେଖି ବାଇକ ଛାଡି ପଳାଇଥିଲେ l ଏ ନେଇ କୁଜଙ୍ଗ ଥାନାରେ ଏତଲା ଦେବା ସହିତ ସିସିଟିଭି ଫୁଟେଜ ଦେଖିଥିଲେ ମଧ୍ୟ ପୋଲିସ ର କାର୍ଯ୍ୟାନୁଷ୍ଠାନ ଶୂନ ରହିଥିଲା l ଯାହାଫଳରେ ଆଜି ର ଘଟଣା କୁ ନେଇ ପୋଲିସ ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଦେବୀପ୍ରସାଦ l ଯଦି ପୂର୍ବରୁ ଦେଇଥିବା ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତେବେ ଆଜିର ଘଟଣା ହୁଏତ ଘଟାଇବା ପାଇଁ ଦୁର୍ବୁର୍ତ୍ତ ମାନେ ସାହସ କରିନ ଥାନ୍ତେ ବୋଲି ଅଭିଯୋଗ ଆଣିଛନ୍ତି l

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )