March 10, 2026

ପାରଳାଖେମୁଣ୍ଡି ପୌରାଞ୍ଚଳ ରେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସ୍ୱାସ୍ଥ୍ୟ ସମ୍ମନିତ ସ୍ବାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

IMG-20230726-WA0046
Share

ପାରଳାଖେମୁଣ୍ଡି ପୌରାଞ୍ଚଳ ରେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସ୍ୱାସ୍ଥ୍ୟ ସମ୍ମନିତ
ସ୍ବାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

ପାରଳାଖେମୁଣ୍ଡି:୨୬/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୌରାଞ୍ଚଳରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ସହରାଞ୍ଚଳ ମିଶନ ଆନୁକୁଲ୍ୟରେ ଭାରତ ସରକାରଙ୍କ ଏମ.ଡି.ଡି କାର୍ଯ୍ୟକ୍ରମ ଅନ୍ତର୍ଗତ ରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଆଗେଇ ଚାଲିଛି ।ଏହି ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ପାରଳା ଗ୍ରହଣ ସହରର ବିଭିନ୍ନ ୱାର୍ଡ ମାନଙ୍କ ରେ ୱାର୍ଡର ଏଏନଏମ:ଙ୍କ ସମେତ ପ୍ରତ୍ୟେକ ୱାର୍ଡର ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ପ୍ରତ୍ୟେକ ଘରକୁ ଘର ଯାଇ ମ୍ୟାଲେରିଆ,ଡେଙ୍ଗୁ, ଡାଇରିଆ ଯକ୍ଷ୍ମା , ଫାଇଲେରିଆ ଓ କୁଷ୍ଠ ରୋଗ ଉପରେ ଚିହ୍ନଟ ର ସର୍ବେକ୍ଷଣ କରିବା ସହ ଉପରୋକ୍ତ ରୋଗ ଗୁଡିକ ଉପରେ ଘରେ କାହାର କିଛି ବା କୌଣସି ପ୍ରକାରର ଲକ୍ଷଣ ଦେଖା ଦେଉଛି କି ବୋଲି ପଚାରି ବୁଝି ରେକର୍ଡ ଖାତାରେ ଲେଖୁଛନ୍ତି ।ଲକ୍ଷଣ ଥିଲେ ଡାକ୍ତରଖାନାକୁ ତୁରନ୍ତଯିବାପାଇଁ
ସଚେତନ କରାଯାଉଛି ।
ଏ ସବୁ ରୋଗ ଠାରୁ ସମ୍ପୂର୍ଣ ଭାବେ ଦୂରେଇ ରହିବା ପାଇଁ ଲୋକଙ୍କୁ ବିଭିନ୍ନ ରୋଗ ଉପରେ ସଚେତନତା କଳା ବେଳେ ଓଆରଏସ ପେକେଟ ସହ ସଚେତନତା ପତ୍ର ବଣ୍ଟନ କରାଯାଉଛି । ଯାହାର କୂଅ ଅଛି ସେଥିରେ ବ୍ଲିଚିଙ୍ଗ ପାଉଡର ମିଶାଇ କୂଅରେ ପକାଯାଉଛି ।ଅନ୍ୟପକ୍ଷରେ ହେଲୋଜିନ ଟାବଲେଟ ସହ ଘରେ ଡାଇରିଆ ରୋଗୀ ଥିଲେ ତା ପାଇଁ ଡାଇରିଆ ଔଷଧ ମଧ୍ୟ ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି ସର୍ବେକ୍ଷଣ କରୁଥିବା ଏଏନଏମ: ଶ୍ରୀମତୀ ଆରତୀ ବେବର୍ତ୍ତା ଏବଂ ଆଶାକର୍ମୀ ଶ୍ରୀମତୀ ରଞ୍ଜିତା ପ୍ରଧାନ କହିଛନ୍ତି ।୫ ନଂ ୱାର୍ଡର ଜଙ୍ଗମ୍ ସାହିରେ ଚାଲିଥିବା ଏହି ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମରେ ଏ.ଏନ.ଏମ.ଆରତୀ ବେବର୍ତ୍ତା ସମେତ ଆଶାକର୍ମୀ ରଞ୍ଜିତା ପ୍ରଧାନ,ଅଙ୍ଗନବାଡ଼ି କର୍ମୀ ପ୍ରମୋଦିନୀ ପଟନାୟକ ଏବଂ ବୋମାଲି ସାରଦା ପ୍ରମୁଖ ସାମିଲ ଥିଲେ ।ସେହିଭଳି ବିଭିନ୍ନ ସଂକ୍ରାମକ ରୋଗର ସ୍ୱଳ୍ପ ଲକ୍ଷଣ ଥିବା ବ୍ୟକ୍ତି ସହଜରେ ଚିହ୍ନଟ ହୋଇ ନ ପାରି ବିନା ଚିକିତ୍ସାରେ ରହି ଯାଇଥାନ୍ତି , ସେମାନଙ୍କୁ ଖୋଜି ବାହାର କରି ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସି.ଡ଼ି.ଏମ.ଓ.ତଥା ଜିଲ୍ଲାମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର କହିଛନ୍ତି