କାଳୀ ମା ଙ୍କୁ ଛାଡିଲେଣି ଦୃବୁତ୍ତ
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ କଲେଜ ରୋଡ଼ ପାର୍ଶ୍ୱ ରେ ଥିବା ମା କାଳୀ ମନ୍ଦିରରୁ ମଙ୍ଗଳବାର ରାତ୍ର ମଧ୍ୟରେ ଚୋରି ହୋଇଥିବା ସକାଳୁ ଜଣା ପଡିଛି l ଦୃବୁତ୍ତ ମାନେ ଷ୍ଟୋର ରୁମ ତାଲା ଭାଙ୍ଗି ମା ରୁପାର ହାର ପ୍ରୟ 200ଗ୍ରାମ ସୁନାର ଦଣ୍ଡି ପ୍ରାୟ 5ଗ୍ରାମ ଅଳଙ୍କାର 2500ଟଙ୍କା ଲୁଟି ନେଇଥିବା ବେଳେ ଷ୍ଟୋର ରୁମରେ ଥିବା ଏକ ଲୁହ ରଡ଼ ମାଧ୍ୟମରେ ମାଙ୍କ ବିଜେପ୍ରିତୀମ ପୂଜା ପିଉଥିବ ମନ୍ଦିର ଓ ନୂତନ ମନ୍ଦିର ରେ ଥିବା ମାଙ୍କ ହୁଣ୍ଡୀ କୁ ତାଡି ପ୍ରାୟ 10000ଟଙ୍କରୁ ଉଦ୍ଧ ଲୁଟ କରିନେଇ ଥିବା ମନ୍ଦିର ପରିଚାଳକ ସନ୍ତୋଷ କୁମାର ସାହୁ କହିଛନ୍ତି l ସକାଳୁ ମନ୍ଦିରରେ ତାଲା ଭାଙ୍ଗି ଥିବା ଦେଖି ପୂଜକ କମିଟି ରେ ସମସ୍ତ ସଦସ୍ୟ ଙ୍କୁ ଜଣାଇବା ପରେ ପୋଲିସକୁ ଖବର ଦେଇଥିଲେ l ଗଞ୍ଜାମ ଥାନାକୁ ଖବର ଦେଇଥିଲେ l ଖବର ପାଇ ଥାନା ସେକେଣ୍ଡ ଅଫିସର କ୍ଷେତ୍ର ମୋହନ ସାହୁ, ଏଏସଆଇ ଜି ଅନନ୍ତ ରାଓ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ପୂଜକ ତ୍ରିନାଥ ରାଉଳ, ପ୍ରଭାତ କୁମାର ସାହୁ,ଭିମା ରେଡ଼ି, ଅକ୍ଷୟ ସାହୁ ପ୍ରମୁଖ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି l ପ୍ରକାଶ ଥାଉକି ପୂର୍ବରୁ ଦୁର୍ଗଦବୀ ସହିଷ୍ଠିତ ମା ଦୁର୍ଗାଦେବୀ ପୀଠ , ବଜାର ଜଗନ୍ନାଥ ମନ୍ଦିର, ମା ବୁଡ଼ୀଠାକୁରାଣୀ ମନ୍ଦିର, ମା ରାମଚଣ୍ଡୀ ମନ୍ଦିର ରେ ଚୋରି ହୋଇଥିଲା l ଏବେ ଚାରିଦିନ ତଳ ଗଞ୍ଜାମ ଷ୍ଟେସନ ପାର୍ଶ ପାନ ଦୋକାନ ରୁ 70 ହଜାର ରୁ ଉର୍ଦ୍ଧ ଟଙ୍କା ଚୋରି କରିନେଇଥିଲେ l ଏପର୍ଯ୍ୟନ୍ତ କୌଣସି ଚୋରକୁ ଗଞ୍ଜାମ ପୋଲିସ ଧରିବାରେ ସକ୍ଷମ ହୋଇନି ପୁଣି ମନ୍ଦିରରୁ ଚେରିକାରୀ ପେଲିସ କୁ ଚାଲେଞ୍ଚ କରିଛି l