ଅତାବିରାରେ ନେତ୍ରୋତ୍ସବ
ସୁରେନ୍ଦ୍ର କଠାର,ବରଗଡ
ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁଦ୍ଧାମୂର୍ତ୍ତିଙ୍କ ନେତ୍ରୋତ୍ସବ ଯଥା ରୀତିନୀତି ଅନୁସାରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରା । ଏହି ଅବସରରେ ତ୍ରୀମୂର୍ତ୍ତିଙ୍କୁ ନୂଆ ବସ୍ତ୍ର ପରିଧାନ ପୂର୍ବକ,ତୁଳସୀ ମାଲ ଏବଂ ଫୁଲମାଳରେ ସୁସଜ୍ଜିତ କରାଯାଇଥିଲା । ପରେ ମନ୍ଦିରରେ ଧ୍ଵଜାରୋହଣ କରାଯାଇଥିଲା । ପୁରୋହିତ ପଣ୍ଡିତ ସଞ୍ଜୟ କୁମାର ଦାଶ ଏବଂ ସହଯୋଗୀ ରାକେଶ ରଞ୍ଜନ ମିଶ୍ର,ଉତ୍ତମ କୁମାର ପଣ୍ଡା,ମନ୍ଦିର ପୂଜକ ଶିବାକୁମାର ଦାଶ,ଶମ୍ଭୁ ଦାଶ,ବାଳମୁକୁନ୍ଦ ଦାଶ,ସମୀର ଦାଶ,ନେତ୍ରୋତ୍ସବ ନୀତି ସମ୍ପନ୍ନ କରିଥିବା ବେଳେ ଜନ୍ମେଜୟ ସ୍ବାଇଁ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସଦସ୍ୟ ରାଜେଶ ପ୍ରଧାନ, ଜପ ପ୍ରଧାନ, ନବୀନ କୁମାର ପ୍ରଧାନ, ରିଙ୍କୁ ପ୍ରଧାନ, ସୁରେନ୍ଦ୍ର ସ୍ଵାଇଁ,ଅଶୋକ ପ୍ରଧାନ, ମନୋଜ ବାଗେଇ, ବିକାଶ ସେଠ, ଅଶୋକ ପଣ୍ଡା, ଦେବେଶପ୍ରଧାନ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।
