September 29, 2024

ଆଶ୍ରା ସ୍କୁଲ ପରିସରରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳନ

Share

ଜଗତସିଂହପୁର ସହର ଉପକଣ୍ଠ ନୁଆପୋଲ ଆଶ୍ରା ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ନାନିତ ଅତିଥିଭାବେ ଆଶ୍ରା ନିର୍ଦେଶକ ଅଜୟ କୁମାର ଖୁଣ୍ଟିଆ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ପିଲାମାନଙ୍କୁ ନିଶା ସେବନର କୁପରିମାଣ ଓ ନିଶାଠାରୁ ଦୁରେଇ ରହିଲେ ଶରୀର ସୁସ୍ଥ ରହିବା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ ।

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )