April 25, 2026

ଯୁବସମାଜ ସେବୀ ନାରାୟଣ ନାୟକ ପରଲୋକ

0da1734f-5d84-4453-be6b-a2820c6f3fe8
Share

ହାଟଡିହି, କେଉଁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମର ଯୁବସମାଜ ସେବୀ ତଥା ମାତାରିଣୀ ସେବା ସଂସ୍ଥାର ସକ୍ରିୟ ସଦସ୍ୟ ନାରାୟଣ ନାୟକ ଙ୍କ ଅକାଳ ବିୟୋଗରେ ହାଟଡିହି ଅଞ୍ଚଳରେ ଦୁଃଖର କଳାବାଦଲ ମାଡିଆସିଛି। କେରଳରେ ଏକ ଘରୋଇ କମ୍ପାନିରେ ସୁପର ଭାଇଜର୍ ଭାବେ କାମ କରୁଥିଲା ବେଳେ ବ୍ରେନ୍ ଷ୍ଟ୍ରୋକ୍ର ହୋଇଥିଲା ପରେ ମେଡିକାଲ୍ ରେ ଚିକିତ୍ସାଧନ ଅବସ୍ଥାରେ ଗତ ଶନିବାର ଦିନ ମୃତ୍ୟୁ ଘଟିଥିଲ।କେରଳରୁ ମରଶରୀର ଆମ୍ବୁଲାନସ୍ ଯୋଗେ ସୋମବାର ଦିନ ସକାଳ ସମୟରେ ନିଜ ଜନ୍ମମାଟିରେ ପହଞ୍ଚି ଶତାଧ୍ଵକ ସେବାସଂସ୍ଥାର ସଦସ୍ୟ ଙ୍କ ଦ୍ବାରା ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଇ ଗ୍ରାମ ମଶାଣୀରେ ଶେଷକୃତ ସମ୍ପର୍ଣ୍ଣ କରାଯାଇଥିଲା। କେଉଁଝର ଜିଲ୍ଲାର ସେ ଜଣେ ଭଲ ବ୍ୟକ୍ତିତ୍ୟ ଯୁବ ସମାଜସେବୀ ଭାବେ ଗରିବ ଦୁଃଖୀ ଲୋକମାନଙ୍କ ସେବାରେ ନିଜକୁ ଉର୍ସଗୀକୃତ କରୁଥିଲେ।ସମାଜ ପ୍ରତି ତାଙ୍କର ସେବା ଓ ତ୍ୟାଗ ଅତୁଳନୀୟ ।ଏଥରେ ମାତାରିଣୀ ସେବା ସଂସ୍ଥାର ସଭାପତି ନନ୍ଦୁଚରଣ ଯେନା,ଜିଲ୍ଲା ଯୁବବିଜେଡି ସମ୍ପାଦକ ଦୀପ୍ତିରଞ୍ଜନ ଦାସ,ସେବା ସଂସ୍ଥାର ସକ୍ରିୟ ସଦଶ୍ୟ ଚକ୍ରଧର ସାଉ,କୌଳାସ ଚନ୍ଦ୍ର ରାଉତ,ଧୁନା ନାୟକ,ପନ୍ଦାଡୋ ସରପଞ୍ଚ ପ୍ରତିନିଧୂ ନିକୁଞ୍ଜ ବିହାରୀଓଝା ସମେତ ଜିଲ୍ଲାର ବହୁ ସେବାସଂସ୍ଥାର ସଦସ୍ୟ ସଦସ୍ୟା ଯୋଗ ଦେଇ ଅନ୍ତିମ ସସ୍କାର କରିଥିଲେ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ)