March 10, 2026

ଦମନ ଶ୍ରୀ ଜଗନ୍ନାଥ ସେବା ସମିତି ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ; ୨୪ ୟୁନିଟ୍ ରକ୍ତ ସଂଗ୍ରହ 

IMG-20250526-WA0021
Share

 

 

 

ବେଲଗୁଣ୍ଠା, କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସେମିତିର ସଦସ୍ୟମାନେ ବର୍ଷ ତମାମ୍ ବହୁ ଜନହିତକର ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଚଳିତ ଗ୍ରୀଷ୍ମ ଋତୁରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି I ସ୍ଥାନୀୟ ମୋତି ଦମନ ସ୍ଥିତ ସରକାରୀ ହସ୍ପିଟାଲ ରକ୍ତ ଭଣ୍ଡାରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସଂଗଠନର ୨୪ ଜଣ ସଦସ୍ୟ ସଦସ୍ୟା ସ୍ଵେଚ୍ଛାକୃତ ରକ୍ତଦାନ କରି ଖୁସି ପ୍ରକଟ କରିଥିଲେ I ସଂଗଠନ ଦ୍ୱାରା ରକ୍ତଦାତା ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ବିଶେଷ ପୁରସ୍କାର ଦେଇ ସମ୍ମାନିତ କରାଯିବା ସହିତ ନିୟମିତ ରକ୍ତଦାନ ପାଇଁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା l ମୋତି ଦମନ ସରକାରୀ ହସ୍ପିଟାଲ୍ ରକ୍ତ ଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ Iଏହିପରି ସାମାଜିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଂଗଠନ ର ସଦସ୍ୟ ମାନେ ପ୍ରକାଶ କରିଥିଲେ l

 

 

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ