August 8, 2026

ଗଜପତି ଜିଲ୍ଲାର ଆର ଉଦୟଗିରି ବ୍ଲକ ରଣାଲାଇ ଗ୍ରାମର ଦାଦନ ଖଟିବାକୁ ଯାଇଥିବା ମହିଳା ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ         

IMG-20250526-WA0018
Share

 

 

ପାରଳାଖେମୁଣ୍ଡି:୨୬/୫(ଗରୁଡ଼ ଧ୍ଵଜ ଚୌଧୁରୀ)ପେଟ ପାଟଣା ପାଇଁ ଗଜପତି ଜିଲ୍ଲାର ନିଜର ଭିଟା ମାଟି ଛାଡି ସୁଦୂର ତାମିଲନାଡୁକୁ ମହିଳା ଦାଦନ ଶ୍ରମିକ ଭାବେ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ତାମିଲନାଡୁ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ମୃତ ମହିଳା ଶ୍ରମିକଙ୍କ ନାମ ପ୍ରୀତି ଲତା ମହାପାତ୍ର. ତାଙ୍କ ଘର ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ରଣାଲଇ ଗ୍ରାମରେ ଅଟେ. ସେ ଗତ କିଛି ମାସ ହେଲା ଗଜପତିରୁ ତାମିଲନାଡୁର ତ୍ରିପୁରା ନାମକ ଏକ ସ୍ଥାନରେ ମହିଳା ଶ୍ରମିକ ଭାବେ ନିୟୋଜିତ ଥିଲେ. ଗତକାଲି କୌଣସି ଏକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ମୃତ ମହିଳା ଶ୍ରମିକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର. ତାଙ୍କ ମର ଶରୀରକୁ ତାଙ୍କ ନିଜ ଗ୍ରାମରେ ପହଞ୍ଚାଇବା ପାଇଁ ପ୍ରଶାସନର ସାହାର୍ଯ୍ୟ ଲୋଡିଛନ୍ତି ପରିବାର ଓ ଗ୍ରାମବାସୀ.

You may have missed