June 29, 2024

ପିକାଅପ ଭେନ ଓ ବାଇକ ପଛପଟୁ ଧକ୍କାଦେଲା ଟ୍ରଲର:୩ ଗୁରୁତର,୪ ଆହତ….

Share

 

 

ଗଞ୍ଜାମ : ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ସମ୍ମୁଖ ଜାତୀୟ ରାଜପଥ ୧୬ ଉପରେ ଦୃଘଟଣା ଘଟି 3 ଜଣ ଗୁରୁତ୍ତର ହୋଇଥିବା ବେଳେ 4 ଜଣ ଆହାତ ହୋଇଥିବା ଜଣା ପଡିଛି l ଏକ ଟ୍ରଲର ପିକାଅପ ଭେନ ଓ ବାଇକର ପଛପଟକୁ ଧକ୍କା ଦେବା ଫଳରେ ଦୃଘଟଣା ଘଟିଥିଲା ।ଦୃଘଟଣା ରେ ଆହତ ବ୍ୟକ୍ତିମାନେ ହେଲେ ହୁମ୍ମା ସହର ଜଣେ ଥିବା ବେଳେ ପିକାଅପ ଭ୍ୟାନରେ ଥିବା ନୟାଗଡ଼ ଜିଲ୍ଲାର ସୁନାଖଳ ଗ୍ରାମର ୪ ଜଣ ।ଗୁରୁତର ଆହତ ବ୍ୟକ୍ତିମାନଙ୍କ ପରିଚୟ ସ୍ପଷ୍ଟ ହୋଇ ନାହିଁ ନାହିଁ ।
ଆଜି ସନ୍ଧ୍ୟା ୭ ଘଣ୍ଟା ୧୫ ମିନିଟ ସମୟରେ ହୁମ୍ମା ଫାଣ୍ଡି ନିକଟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଦ୍ରୁତଗାମୀ ଟ୍ରଲର (ଜେ ଏଚ ୦୯ଏ ଏଚ ୯୨୯୪) ଏକ ପିକାଅପ ଭ୍ୟାନ (ଓଡ଼ି ୦୨ ପି୯୧୫୦) ଓ ପଲସର ବାଇକର (ଓଡ଼ି ୨୫ ଜି ୯୨୯୫)ପଛପଟକୁ ଧକ୍କା ଦେଲା ।ଘଟଣା ସ୍ଥଳରେ ପିକାଅପ ଭ୍ୟାନର ଯାତ୍ରୀ ଓ ବାଇକ ଆରୋହୀ ସଂଖ୍ୟା ମଧ୍ୟରୁ ୩ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି ।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ହୁମ୍ମା ଫାଣ୍ଡି ଓ ରମ୍ଭା ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଗୁରୁତର ଓ ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲେ ।ଘଟଣା ସ୍ଥଳରେ ଟ୍ରଲରଟିକୁ ଜବତ କରିବା ସହ ଡ୍ରାଇଭର ଓ ହେଲ୍ପରକୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।
ଓଭର ବ୍ରିଜ ବିଳମ୍ବ ଯୋଗୁଁ ହୁମ୍ମା ରାଜପଥ ଉପରେ ବାରମ୍ବାର ଦୃଘଟଣା ଘଟୁଥିବା ବେଳେ ପ୍ରଶାସନ ଓ ସ୍ଥାନୀୟ ଠିକାଦାର ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଓଭର ବ୍ରିଜ ଅତିଶୀଘ୍ର ନିର୍ମାଣ କରିବା ପାଇଁ ଦାବି ହେଉଛି ।(ପ୍ରଦୀପ କୁମାର ପଣ୍ଡା)