March 10, 2026

ଅରଜିତ୍ ଓ ଶୁଭମ ବ୍ଲକ ଯୁଗ୍ମ ଟପର….

sco
Share

ଅସ୍ତରଙ୍ଗ, ୨୬।୫: ଚଳିତ ବର୍ଷର ଦଶମ ଶ୍ରେଣୀର ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ସେଥିରେ ଅସ୍ତରଙ୍ଗ ବ୍ଳକ ପାଟଳଦା ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ଅରିଜିତ୍ ଦିବ୍ୟଦର୍ଶନ ଦାସ ଓ ଛୁରିଅନା ପଂଚାୟତ ର , ବେଳାଭୂମି ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମ ସାହୁ ଯୁଗ୍ମ ଭାବେ ଚଳିତ ବର୍ଷର ଦଶମ ପରୀକ୍ଷାରେ ସମାନ ଭାବେ ୫୫୨ ନମ୍ବର ରଖି ଅସ୍ତରଙ୍ଗ ବ୍ଳକରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଅଠତିରାସ୍ଥିତ ଐଶାନ୍ୟେଶ୍ୱର ବିଦ୍ୟାପୀଠ ଛାତ୍ର ଶୁଭ୍ରାଂଶୁ ଶେଖର ବେହେରା ୫୪୩ ନମ୍ବର ରଖି ବ୍ଲକରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ହାସଲ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ଗୁରୁଜନ ତଥା ନିଜ ପରିବାରର ପ୍ରେରଣା ଓ ଆଶୀର୍ବାଦକୁ ଛାତ୍ରମାନେ ଶ୍ରେୟ ଦେବା ସହିତ ଆଗକୁ ରୋଗୀ ଙ୍କ କଲ୍ୟାଣ ନିମନ୍ତେ ଡାକ୍ତରୀ ପାଠ ପଢ଼ିବା ପାଇଁଁ ଲକ୍ଷ୍ୟ ରଖି ଛନ୍ତି ବୋଲି କହିଛନ୍ତି ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)