September 29, 2024

ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ : ଦୀପକ କୁମାର ବେହେରା ବୁଗୁଡ଼ା ବ୍ଲକ ଟପ୍ପର….

Share

ବୁଗୁଡ଼ା : ତା ୨୬/୦୫/୨୪ : ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷା ଫଳକୁ ନେଇ ବୁଗୁଡ଼ା ବ୍ଲକର ଛାତ୍ରଛାତ୍ରୀ ଉତ୍ସାହିତ ଥ‌ିବା ଜଣାପଡ଼ିଛି । ଏଥର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ୨୭ଟି ହାଇସ୍କୁଲ ମଧ୍ୟରୁ ୨ଟି ହାଇସ୍କୁଲର ୨ ଜଣ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ବୁଗୁଡ଼ା ବ୍ଲକର ପୋଚାଲୁଣ୍ଡି ଗ୍ରାମସ୍ଥ ମା’ କାଳୀ କୃଷକ ବିଦ୍ଯାପୀଠର ମେଧାବୀ ଛାତ୍ର ଦୀପକ କୁମାର ବେହେରା ସର୍ବାଧିକ ୫୫୩ ମାର୍କ ପ୍ରାପ୍ତ କରି ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି । ସେହିପରି ଅନ୍ତରପଡା ଗ୍ରାମସ୍ଥ ଶକୁନ୍ତଳା ବିଦ୍ଯାପୀଠର ଛାତ୍ର ସ୍ବସ୍ତି ସ୍ବରାଜ ଶତପଥୀ ୫୪୦ ମାର୍କ ହାସଲ ପୂର୍ବକ ଏ-୧ରେ ଉତ୍ତୀର୍ଣ ହୋଇ ସ୍ବ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ତେବେ ଛାତ୍ର ଦୀପକ କୁମାର ବେହେରା ସର୍ବାଧ‌ିକ ୯୨.୧୬ ପ୍ରତିଶତ ନମ୍ବର ରଖି ବୁଗୁଡା ବ୍ଲକ ଟପ୍ପର ହୋଇଥିବାରୁ ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି । ପ୍ରକାଶ ଯୋଗ୍ୟ ଯେ , ଚଳିତ ବର୍ଷ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧୀକାରୀଙ୍କ କାର୍ଯାଳୟ ଅଧିନସ୍ଥ ୧୦ଟି କେନ୍ଦ୍ରରେ ମୋଟ ୧୮୩୯ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ ।