June 29, 2024

କୁଜଙ୍ଗ ରେ ବିଜେପି ବିଜୟ ସଂକଳ୍ପ ସମାବେଶ ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ …

Share


କୁଜଙ୍ଗ ବ୍ଲକ ପଡିଆରେ ବିଜେପି ର ବିଶାଳ ବିଜୟ ସଂକଳ୍ପ ସମାବେଶ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବିଶାଳ ଜନସମୁଦ୍ର କୁ ଜୟ ଶ୍ରୀରାମ ଧ୍ଵନି ରେ ଉଦବୋଧନ ଆରମ୍ଭ କରିବା ସହିତ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି l କେନ୍ଦ୍ର ଦେଉଥିବା ବିଭିନ୍ନ ଯୋଜନାକୁ ଓଡିଶା ର ବିଜେଡି ସରକାର ନିଜ ନାମରେ କରି ବାହାବାହା ନେଉଥିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ l କେନ୍ଦ୍ର ରେ ମୋଦି ସରକାର ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା ଭେଟିଦେଉଥିବା ବେଳେ ଓଡିଶା ରେ ଚିଟଫଣ୍ଡ ଦୁର୍ନୀତି ରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରି ସାଧାରଣ ଲୋକମାନଙ୍କୁ ଲୁଟିଛନ୍ତି l ଯାହାର ଜବାବ ଓଡିଶାବାସି ଚଳିତ ସାଧାରଣ ନିର୍ବାଚନ ରେ ଦେବେବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ l ରତ୍ନଭଣ୍ଡାର ପ୍ରସଙ୍ଗ ରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଯଦି ରତ୍ନଭଣ୍ଡାର ଦୁର୍ନୀତି ରେ ଗନ୍ଧ ସାମ୍ନାକୁ ଆସେ ତେବେ ନରେନ୍ଦ୍ର ମୋଦି କାହାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି l ଯେଉଁଭଳି ଆମେଠି ରେ ରାହୁଲ ଗାନ୍ଧୀ କୁ ବିତାଡିତ କରିଛୁ ଠିକ ସେହିପରି ଓଡିଶା ରେ ଦୁର୍ନୀତି ରେ ଗନ୍ତାଘର ପାଲଟିଥିବା ବିଜେଡି ସରକାର କୁ ଓପାଡି ଫୋପାଡ଼ି ଦେବାକୁ ବିଶାଳ ଜନସମୁଦ୍ର କୁ ଉଦବୋଧନ ଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ lବିଶାଳ ଜନସମୁଦ୍ର ରେ ପାରାଦ୍ୱୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁଙ୍କୁ ବିଜୟୀ କରାଇବାକୁ କର୍ମୀ ଓ ଛାମୁଆ ନେତା ମାନେ ନେଇଛନ୍ତି ଶପଥ l ଏହି ବିଶାଳ ବିଜୟ ସଂକଳ୍ପ ସମାବେଶ ରେ ଆୟୋଜିତ ମିଶ୍ରଣ ପର୍ବରେ କୁଜଙ୍ଗ ଅଞ୍ଚଳ ର ବରିଷ୍ଠ ବିଜେଡି ନେତୃତ୍ୱ ମାନେ ବିଧିବଦ୍ଧ ଭାବରେ ବିଜେପି ରେ ଯୋଗଦେବା ସହିତ ଚଳିତ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ମାନଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ କରାଇବାକୁ ନେଇଛନ୍ତି ସଂକଳ୍ପ l କୁଜଙ୍ଗ ବ୍ଲକ ପଡିଆରେ ବିଶାଳ ଜନସମୁଦ୍ର କୁ ଉଦବୋଧନ ଦେବା ଅବସରରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ପରିବାର ବାଦ ରାଜନୀତି ବିରୁଦ୍ଧରେ ବର୍ଷୀଛନ୍ତି ପାରାଦ୍ୱୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଓ ବିଭୁ ପ୍ରସାଦ ତରାଇ l ପାରାଦ୍ୱୀପ ରେ ବ୍ୟବସାୟ କରୁଥିବା ଟ୍ରକ ମାଲିକ ମାନଙ୍କୁ ନେଇ ଚିନ୍ତାପ୍ରକାଶ କରିଛନ୍ତି l ପାରାଦ୍ୱୀପ ଅଞ୍ଚଳ ରେ ବିକାଶ ଓ ବିଭିନ୍ନ କ୍ଷେତ୍ରରେ ରହିଥିବା ଅବହେଳା ର ଚିତ୍ର କୁ ବଦଳାଇବା ପାଇଁ ଚଳିତ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ଙ୍କୁ ଯୋଡ଼ାଫୁଲରେ ବିପୁଳ ପରିମାଣ ରେ ଭୋଟ ଦେଇ ବିଜୟୀ କରାଇବାକୁ ମଞ୍ଚାସିନ ନେତୃବୃନ୍ଦ ମାନେ ବିଶାଳ ଜନସମୁଦ୍ରକୁ ଉଦବୋଧନ ଦେଇଥିଲେ l ଏହି ବିଜୟ ସଂକଳ୍ପ ସମାବେଶରେ ଗୋପିଆକୁଡ ପଞ୍ଚାୟତ ଦୁଆଡ଼ିଆ ଗ୍ରାମର ବରିଷ୍ଠ ବିଜେଡି କର୍ମୀ ତଥା ସମାଜ ସେବୀ ବିଭୁ ରଂଜନ ଦଳାଇ ଙ୍କ ନେତୃତ୍ୱରେ ସହ ସହ ବିଜେଡି କର୍ମୀ ଙ୍କୁ ନେଇ ପାରାଦୀପ ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଓ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ଵାଇଁ ଙ୍କ ଉପସ୍ଥିତିରେ ବିଧି ବଧ୍ୟ ଭାବେ ବିଜେପିରେ ଯୋଗ ଦେଇଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)