June 29, 2024
Share

➡️୧-ସରିଲା ୨୦୨୪ ମହାସଂଗ୍ରାମ ର ତୃତୀୟ ପର୍ଯ୍ୟାୟ ନିର୍ବାଚନ l ମତାଧିକାର ସାବ୍ୟସ୍ତ କଲେ ପାଖାପାଖି ୬୦ ପ୍ରତିଶତ ଭୋଟର; ପଶ୍ଚିମବଙ୍ଗରେ ହେଲା ସବୁଠୁ ଅଧିକ l ଇଭିଏମରେ ସିଲ୍ ହେଲା ବଡ଼ ବଡ଼ ନେତାଙ୍କ ସମେତ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ।

➡️୨-ବଙ୍ଗୋପସାଗରରେ ଗଭୀର ଅବପାତ ହେଲା ବାତ୍ୟା ‘ରେମଲ ‘ l ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି। ସାଗର ଦ୍ବୀପ ଓ ଖେପୁପରାରେ ଛୁଇଁବ ସ୍ଥଳଭାଗ, ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା l

➡️୩-ଆଜି ଉଭୟ ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇବ। l ସକାଳ ୧୧ଟା ୩୦ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହେବ ମାଟ୍ରିକ୍‌ ପରୀକ୍ଷାଫଳ l ସଙ୍ଗେସଙ୍ଗେ ମିଳିବ ଡିଜିଟାଲ ସାର୍ଟିଫିକେଟ୍‌ l ସେହିପରି ଅପରାହ୍ଣ ୩ଟାରେ www.orissaresults.nic.in ରେ ଏକା ସାଙ୍ଗରେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ହେବ ଉପଲବ୍ଧ।

➡️୪-ମେ ୨୬ରୁ ଜୁନ୍‌ ୧ ପର୍ଯ୍ୟନ୍ତ ବାରାଣସୀରେ ରହିବେ ମୋଦୀ l ଏହି ରହଣୀ ସମୟରେ ମୋଦୀ ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗର ବିଭିନ୍ନ ନିର୍ବାଚନମଣ୍ଡଳୀରେ କରିବେ ରାଲି ଏବଂ ପ୍ରଚାର।

➡️୫-ଭୁବନେଶ୍ୱର ଏରୋଡ୍ରୋମ୍ ପ୍ରାଇମେରୀ ସ୍କୁଲର ୧୧୪ନଂ ବୁଥରେ ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ ଲୋକସଭା ଓ ବିଧାନସଭାରେ ବିଜେଡିର ହେବ ବଡ଼ ବିଜୟ l

➡️୬-ନିର୍ବାଚନ ଡ୍ୟୁଟି ସମୟରେ କଟକ ହାଡ଼ିବନ୍ଧୁ ସ୍କୁଲ ୧୧୪ ନଂ ବୁଥର ମହିଳା ପୋଲିଂ ଅଫିସର ସୁଜାତା ମିତ୍ରଙ୍କ ହେଲା ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ l

➡️୭-ମତଦାନ ସମୟରେ ହିଂସା ଦେଖିଲା ଓଡ଼ିଶା । ବ୍ରହ୍ମଗିରି, ବୋଲଗଡ଼, ଡେଲାଙ୍ଗ, ଘସିପୁରା, ଆଠଗଡ଼ରେ ଉତ୍ତେଜନା । ବିଭିନ୍ନ ସ୍ଥାନରେ ବୁଥ ରିଗିଂ ର ଆସିଲା ଅଭିଯୋଗ l

➡️୮-ଯାଜପୁର ଲୋକସଭା କ୍ଷେତ୍ରର ସୁକିନ୍ଦା, ଯାଜପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା ଓ ବଡ଼ଚଣାରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କଲେ ତୋଫାନି ନିର୍ବାଚନ ପ୍ରଚାର l

➡️୯-ରେକର୍ଡ ଭାଙ୍ଗିଲା ତାପମାତ୍ରା, ରାଜସ୍ଥାନର ଫଲୌଦୀରେ ଅଧିକତମ ତାପମାତ୍ରା ୫୦ ଡିଗ୍ରି ସେଲସିୟସ୍ ହେଲା ରେକର୍ଡ l

➡️୧୦-ଇତିହାସ ରଚିଲେ ଅନସୂୟା ସେନଗୁପ୍ତା, ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଜିତିଲେ କାନ୍ସ ବେଷ୍ଟ ଆକ୍ଟ୍ରେସ୍‌ ଆୱାର୍ଡ l ବୁଲଗେରିଆ ଫିଲ୍ମ ନିର୍ମାତା କନଷ୍ଟାଣ୍ଟିନ ବୋଜାନୋଭଙ୍କ ନିର୍ଦ୍ଦେଶିତ ହିନ୍ଦି ଫିଲ୍ମ ‘ସେମଲେସ୍‌’ ପାଇଁ ଏହି ଆୱାର୍ଡ ଜିତିଲେ କୋଲକାତାର ଅନସୂୟା ।

➡️୧୧-ରାଜକୋଟ ଗେମିଙ୍ଗ ଜୋନ ଅଗ୍ନିକାଣ୍ଡ ଘଟଣାରେ ୨୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୧୨-ରେକର୍ଡ କଲା ଜାମ୍ମୁ-କାଶ୍ମୀର ମତଦାନ, ୩୫ ବର୍ଷ ଭିତରେ ସର୍ବାଧିକ ଭୋଟ ଗ୍ରହଣ l ଏଠାରେ ପ୍ରାୟ ୫୧.୩୫ ପ୍ରତିଶତ ମତଦାନ ହୋଇଛି, ଯାହା ୨୦୧୯ ଲୋକସଭା ନିର୍ବାଚନ ଅପେକ୍ଷା ୧୯ ପ୍ରତିଶତ ଅଧିକ।

➡️୧୩-ମତସାବ୍ୟସ୍ତ କଲେ କେଜରିଓ୍ୱାଲ ଓ ପରିବାର, କହିଲେ ଏକଛତ୍ରବାଦ ଶାସନ ବିରୋଧରେ ଦିଆଗଲା ଭୋଟ l

➡️୧୪-ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଗୁରୁଗ୍ରାମ ବାଦଶାହପୁରରୁ ସ୍ୱାଧୀନ ବିଧାୟକ ରାକେଶ ଦୌଲତାବାଦ (୪୫)ଙ୍କର ଗତକାଲି ହୃଦଘାତରେ ହେଲା ମୃତ୍ୟୁ l

➡️୧୫-କେରଳରେ ପ୍ରବଳ ବର୍ଷା ଯୋଗୁଁ ମେ ୯ରୁ ମେ ୨୩ ମଧ୍ୟରେ ବିଭିନ୍ନ ଦୁର୍ଘଟଣା, ବଜ୍ରପାତ ଓ ବୁଡ଼ିଯିବା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରାଳୟ ପକ୍ଷରୁ ଆସିଲା ସୂଚନା l

➡️୧୬-ଭାରତୀୟଙ୍କ ପାଇଁ କାନାଡାରୁ ଆସିଲା ଖୁସି ଖବର l ଏଣିକି ଯଦି ଅନ୍ୟ ଦେଶରେ କାନାଡିୟ ନାଗରିକର ସନ୍ତାନ ଜନ୍ମ ହୁଏ, ତେବେ ସେ ମଧ୍ୟ କାନାଡିୟ ନାଗରିକତ୍ୱ ପାଇପାରିବେ। ନାଗରିକତା ନିୟମ ବଦଳାଇବେ ଟ୍ରୁଡୋ ସରକାର l

➡️୧୭-ଜାପାନ ରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପାରା ଆଥଲେଟିକ୍ସରେ ସ୍ୱର୍ଣ୍ଣ ଜିତିଲେ ସିମରନ୍, ଭାରତ ପଦକ ସଂଖ୍ୟା ୧୫କୁ ହେଲା ବୃଦ୍ଧି l

➡️୧୮-ଆଜି ଚେନ୍ନାଇରେ ଖେଳାଯିବ IPL 2024 ର ଫାଇନାଲ ମ୍ୟାଚ୍‌ l ଦୁଇ ଦଳର ଅଧିନାୟକ ଟ୍ରଫି ସହ କଲେ ଫଟୋସୁଟ୍‌ l

➡️୧୯-ରାଞ୍ଚିରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ପରିବାର ସହ ଭୋଟ୍ ଦେବାରେ ନେଲେ ଭାଗ l

➡️୨୦-ଅଲଗା ହେବେ ମୁମ୍ବାଇ ଇଣ୍ଡିଆନ୍ସ ର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା l କ୍ରିକେଟର ସ୍ୱାମୀଙ୍କ ସମ୍ପତ୍ତିର ୭୦ ପ୍ରତିଶତ ନେଇଯିବେ l