March 8, 2026

ଜାଗା ମିଶନର ସମୀକ୍ଷା କଲେ ବିଧାୟକ ଓ ଜାଗା ମିଶନ ଉପଦେଷ୍ଟା

IMG-20230526-WA0003
Share

 

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

 

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜାଗା ମିଶନ ଉପଦେଷ୍ଟା ଶ୍ୱାସତି ମିଶ୍ର ଗୁରୁବାର ଗଞ୍ଜାମ ଏନଏସି ଗ୍ରସ୍ତରେ ଆସି ବଜାର ଗୋରଡା ହରିଜନ ସାହି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଉର୍ନୟନ ବିଷୟରେ ଆଲୋଚନା କରିବା ସହ ଜାଗା ମିଶନର ସମୀକ୍ଷା କରିଥିଲେ l ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା,ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ଏନଏସି ଇଓ ଅବିନାଶ ମିଶ୍ର, ସାନିଟେସନ ଏକ୍ସପଟ ସୁମିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ରାସ୍ତାଘାଟ, ପାନୀୟ ଜଳ, ଡ୍ରେନେଜ, ଘରପଟ୍ଟା,ଖୋଲା ପାର୍କ, ଅବାସଯୋଜନାରେ ଗୃହ ଏବଂ ରେସନ କାର୍ଡ ଆଦି ସମସ୍ତଙ୍କୁ ମିଳିଛି ନା ନାହିଁ ପଚାରି ବୁଝିଥିଲେ ଜାଗା ମିଶନ ଉପଦେଷ୍ଟା ମିଶ୍ର l ଏଥିସହ କେହି ଜଣେ ହେଲେ ବ୍ୟକ୍ତି ନିଜର ମୌଳିକ ଅଧିକାରରୁ ବଞ୍ଚିତ ହେବେନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି ବିଧାୟକ ବେହେରା ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ l ପ୍ରଥମେ ଏହି ଜିଲ୍ଲାରୁ 2018 ଜାଗା ମିଶନ ଜରିଆରେ ଗରିବ ଜନସାଧାରଣ ତଥା ବାସହୀନଙ୍କୁ ଆବାସ ଯୋଜନାରେ ଗୃହ ଏବଂ ଘରପଟ୍ଟା ପ୍ରଦାନ କରି ଐତିହାସିକ ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର l ବସ୍ତିରେ ରହୁଥିବା କୌଣସି ଲୋକଙ୍କ ଚାଳଛପର ରହିବ ନାହିଁ ବୋଲି ଜାଗା ମିଶନ ଉପଦେଷ୍ଟା ଦୃଢକ୍ତି ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଏନଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ନୀଳାଞ୍ଚଳ ବାରିକି, ଯୁବନେତା ବିଭୁତି ପଲାଇ, କାଉନ୍ସିଲର ସୁଜାତା ମହାନ୍ତି, ପୁରସ୍ତମ ସାହୁ, ଏବଂ ଏନଏସି ସିଏମଏମ ଭାଗ୍ୟଶ୍ରୀ ନାୟକ, ଗୋଷ୍ଠୀ ସାଙ୍ଗଠିକା ସ୍ୱପ୍ନାରାଣୀ ମହାପାତ୍ର