April 26, 2025

ମାଟି ବୋଝେଇ ଟ୍ରାକ୍ଟର କୁ ମାଡ଼ି ବସିଲା କୁଜଙ୍ଗ ପୋଲିସ୍..

Share

 ୧- ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ, ୨- ଦୀର୍ଘ ଦିନ ଧରି ଚାଲୁଛି ମାଟି ଚୋରୀ, ୩- ଟ୍ରାକ୍ଟର ସାହାଯ୍ୟ ରେ ହାଜର ହାଜର ଟ୍ରୀପ୍ ଉଠୁଛି ଚୋରା ମାଟି, ୪- ଟିକେ ନଜର ପକାନ୍ତୁ କିଭଳି ପ୍ରତାପପୁର, ପୋଳେଇ ଗହିର ରୁ ଜେଶିବ୍ ସାହାଯ୍ୟରେ ମାଟି ଖୋଳି ଗଡ଼ିଆ କରିଛନ୍ତି, ୫- ଗତ କାଲି କୁଜଙ୍ଗ ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ଅଧ ରାତ୍ରୀରେ ମାଟି ବୋଝେଇ ଟ୍ରାକ୍ଟର କୁ ମାଡ଼ି ବସିଥିଲା କୁଜଙ୍ଗ ପୋଲିସ୍, ୬- ଯାହାର ନମ୍ବର OD. 21.R 6991ଥିଲା। ଏଭଳି ଏକ ଚୋରା ମାଟି ମାଫିଆ ଙ୍କ କାର୍ଯ୍ୟ ଦେଖିବାକୁ ମିଳୁଛି କୁଜଙ୍ଗ ତହସିଲ ଅଧୀନ ଫତେପୁର, ପ୍ରତାପପୁର, ତଥା ପୋଲେଇ ଗହୀର ମଝିରେ। ଦୀର୍ଘ ଦିନ ହେବ ଇଡକୋ ଜାଗାରୁ ବେଆଇନ୍ ଭାବେ ଦିନ ରାତି ଫତେପୁର,ପ୍ରତାପପୁର, ପୋଲେଇ ଗହୀର ମାଝୀ ରୁ ଯେଶିବ୍ ଦ୍ବାରା ମାଟି ଖୋଳି ଟ୍ରାକ୍ଟର ସାହାଯ୍ୟରେ ବିକ୍ରି କରୁଛନ୍ତି ମାଟି ମାଫିଆ ମାନେ। ଏଠି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ୱ କ୍ଷତି ହେଉଛି। କିଛି ମାଫିଆ ତହସିଲ୍ କର୍ମଚାରୀଙ୍କୁ ହାତ କରି ମାତ୍ର ତିରିଶି ଚାଳିଶି ଟ୍ରିପ ମାଟି ପାଇଁ ରୟଲିଟି କାଟି ଦିନ ରାତି ହାଜର ହାଜର ଟ୍ରୀପ୍ ମାଟି ଉଠାଇ ବିକ୍ରି କରୁଛନ୍ତି । ଆଉ କିଛି ମାଫିଆ ରାସ୍ତା ଉପରେ ଲୋକ ଜଗାଇ ଗହୀର ବିଲରୁ ରାତି ଅଧିଆ ମାଟି ଉଠାଇ ବିକ୍ରି କରି ଲାଲେ ଲାଲ।ଯାହାକୁ ନେଇ ସାଧାରଣରେ ଏବେ ପ୍ରଶ୍ନ ଉଠୁଥିବା ସମୟର ଗତକାଲି କୁଜଙ୍ଗ ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ପୋଲେଇ ଗାହିରରୁ ଆସୁଥିବା ମାଟି ବୋଝେଇ ଟ୍ରାକ୍ଟର କୁ କୁଜଙ୍ଗ ପୋଲିସ୍ କାବୁ କରି ତହସିଲଦାର ଙ୍କୁ ଜିମା ଦେଇଥିଲେ। ଫତେପୁର ପ୍ରତାପପୁର , ଜଳଧରପୁର ରେ ଥିବା କିଛି ମାଟି ମାଫିଆ ମାନେ ,ଆମେ ମନ୍ତ୍ରୀ ଙ୍କ ଲୋକ କହି ବେଆଇନ୍ ଭାବେ ଜୋର୍ ଜବରଦସ୍ତ ଟ୍ରାକ୍ଟର ସାହାଯ୍ୟରେ ମାଟି ଉଠାଇ ବିକ୍ରି କହୁଛନ୍ତି। ହେଲା ମାଟି ବୋଝେଇ ଟ୍ରାକ୍ଟର ଧରା ପଡ଼ିଲା ବେଳକୁ ଲୁଚୁଛନ୍ତି । ଏଠି ମନ୍ତ୍ରୀ ଙ୍କୁ ବଦନାମ କରାଯାଉଅଛି।ଏଥିପ୍ରତି ମନ୍ତ୍ରୀ ମହୋଦୟ ମାଟି ମାଫିଆଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଫତେପୁର ପଞ୍ଚାୟତ ର ସମାଜ ସେବୀ ପତିତ ପାବନ ବରାଳ ଅନୁରୋଧ କରିଛନ୍ତି,ଓ ମାଟି ମାଫିଆ ଙ୍କ ମାଟି ବୋଝେଇ ଟ୍ରାକ୍ଟର ଧରା ପଡ଼ି ଥିବାରୁ ପ୍ରଶାସନ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।ଅନ୍ୟ ପେଟ ଆମ ପ୍ରତିନିଧି କୁଜଙ୍ଗ ତହସିଲଦାର ଙ୍କୁ ଏ ବିଷୟରେ ପଚାରିବାରୁ ,ମୋ କହିବା ଅନୁଯାୟୀ କୁଜଙ୍ଗ ପୋଲିସ୍ ଗୋଟିଏ ଚୋରା ମାଟି ବୋଝେଇ ଟ୍ରାକ୍ଟର କୁ କାବୁ କରି ଥାନକୁ ଆଣିଛନ୍ତି ଓ ଖୁବ୍ ଶିଘ୍ର ମାଟି ମାଫିଆଙ୍କୁ ଧରିବୁ ବୋଲି କୁଜଙ୍ଗ ତହସିଲଦାର ସ୍ଵରୁପ ନନ୍ଦନ ବେହେରା କହିଛନ୍ତି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )