November 27, 2024
Share

*ଖବର ଆଜିର*

ତାରିଖ ୨୬/୦୪/୨୦୨୩ ବୁଧବାର ।

 

IPL 2023: ମୁମ୍ବାଇ ବିପକ୍ଷରେ ଗୁଜରାଟ ଟାଇଟନ୍ସର ସହଜ ବିଜୟ, ପଏଣ୍ଟ ଟେବୁଲ୍‌ର ଦ୍ଵିତୀୟରେ ପାଣ୍ଡ୍ୟା ବାହିନୀ ।

 

ବଦଳୁଛି ଶିକ୍ଷା ଭିତ୍ତିଭୂମି; ତୃତୀୟ ପର୍ଯ୍ୟାୟରେ ୩୫୭ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

 

ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଗତ ସପ୍ତାହରେ ହୋଇଥିବା ନାବାଳିକା ମୃତ୍ୟୁ ଓ ମୃତଦେହକୁ ପୁଲିସର ଅସମ୍ମାନ ଘଟଣାକୁ ନେଇ ଉତ୍ତେଜନା ଜାରି ରହିଛି । ଉତ୍ୟକ୍ତ ଲୋକମାନେ ମଙ୍ଗଳବାର ଅପରାହ୍ନରେ ଏକ ସ୍ଥାନୀୟ ଥାନାରେ ନିଆଁ ଲଗାଇ ଦେଇଛନ୍ତି ।

 

ମଙ୍ଗଳବାର ମେଟାର ସିଇଓ ମାର୍କ ଜୁକରବର୍ଗ ନୂଆ ଫିଚର୍ସ ବାବଦରେ ଘୋଷଣା କରିଛନ୍ତି । ବର୍ତ୍ତମାନ ୟୁଜର୍ସ ଏକାସାଥିରେ ହ୍ୱାଟସଆପ ଆକାଉଣ୍ଟକୁ ୪ଟି ସ୍ମାର୍ଟଫୋନରେ ଲଗଅନ କରିପାରିବେ ।

 

ବିହାରରେ ସଚ୍ଚୋଟ ଅଧିକାରୀଙ୍କ ହତ୍ୟା ଅଭିଯୁକ୍ତକୁ ମୁକ୍ତ କରାଯାଉଛି, ମୋଦୀଜୀ କିଛି କରନ୍ତୁ: ଆଇଏଏସଙ୍କ ପତ୍ନୀ ।

 

ପୁଣି ନିର୍ବାଚନ ଲଢିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସ: ଟୁଇଟ କରି ସୂଚନା ଦେଲେ ବାଇଡେନ ।

 

ମେ’ ମାସ ପହିଲାରୁ ମହଙ୍ଗା ହେବ ଛେନା, ପନିର୍ ଓ ଖୁଆ। କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘର ବୈଠକରେ ନିଷ୍ପତ୍ତି।

 

କୁସ୍ତିଯୋଦ୍ଧା ମାମଲାରେ ଦିଲ୍ଲୀ ପୁଲିସକୁ ଭତ୍ସନା କରି ନୋଟିସ କଲେ ସୁପ୍ରିମକୋର୍ଟ: କହିଲେ ଅଭିଯୋଗ ସତ୍ୱେ କଣ ପାଇଁ ରୁଜୁ ହୋଇନି ମାମଲା, ୩ଦିନ ଭିତରେ ରଖ ଜବାବ ।

 

ବରଫ ଭିତରେ ବାବା କେଦାରନାଥଙ୍କ ଦର୍ଶନ: ଶେଷ ହେଲା ଶ୍ରଦ୍ଧାଳୁଙ୍କ ଅପେକ୍ଷା ।

 

ସ୍ୱଦେଶରୁ ଫେରୁଛନ୍ତି ସୁଦାନରେ ଫଶି ରହିଥିବା ଭାରତୀୟ: ପ୍ରଥମ ପର୍ଯ୍ୟାୟରେ ୨୭୮ ଭାରତୀୟଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କଲା ଆଇଏନଏସ ସୁମେଧା ।

 

ମୋଦି ସରନେମ’ କେସ୍‌: ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ ଗାନ୍ଧି ।

 

ବେଙ୍ଗାଲୁର ଦେଖିଲା ବିରଳ ଘଟଣା: ଜିରୋ ସ୍ୟାଡୋ ଡେରେ ଦେଖାଗଲାନି ଛାଇ ।

 

ଲଣ୍ଡନରେ ଜଗନ୍ନାଥପ୍ରେମୀଙ୍କୁ ସମ୍ବୋଧନ କଲେ ଗଜପତି ଦିବ୍ୟସିଂହ ଦେବ; ଜଗନ୍ନାଥ ମନ୍ଦିର ନିର୍ମାଣ ଲାଗି ଓଡ଼ିଆ ଶିଳ୍ପପତି ଦେବେ ୨୫ ନିୟୁତ ପାଉଣ୍ଡ୍ ।

 

ଗଲଓ୍ଵାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଭାରତ-ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ।

 

ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍। ଜବାବ ଦାଖଲ ପାଇଁ ନିର୍ଦ୍ଦେଶ।

 

ଭାରତ ଓ ସିଙ୍ଗାପୁର ମିଳିତ ଭାବେ ଶିକ୍ଷା ସହ ଦକ୍ଷତା ବିକାଶ ପାଇଁ କାମ କରିବେ: ଧର୍ମେନ୍ଦ୍ର ପ୍ରଧାନ ।

 

ଅରବିନ୍ଦ କେଜରିୱାଲଙ୍କ ସୁରକ୍ଷାରେ ତ୍ରୁଟି, ‘ଆପ’ର ଅଭିଯୋଗ ମୁଖ୍ୟମନ୍ତ୍ରୀ ଆବାସ ନିକଟରେ ଉଡୁଥିଲା ଡ୍ରୋନ ।

 

ଦିଲ୍ଲୀ ଅବକାରୀ ନୀତି ମାମଲା: CBI ଚାର୍ଜସିଟ୍ ରେ ଆସିଲା ମନୀଷ ସିସୋଦିଆଙ୍କ ନାମ ।

 

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌‌ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା ।ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ।ଭାରତୀୟ ଦଳକୁ ଅଭିଜ୍ଞ ଆଜିଙ୍କ୍ୟ ରାହାଣେଙ୍କ ପ୍ରତ୍ୟାବର୍ତ୍ତନ ।

 

ବେଙ୍ଗାଲୁରୁ ସ୍ଥିତ ନିମହନ୍ସ କରିବନି ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ। କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ନିମହନ୍ସର ଅଗ୍ରାହ୍ୟ।

 

ଓଡ଼ିଶାରେ ୧୨ଦିନ ଧରି ଲୁଚି ରହିଥିଲା ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମ। ଏପ୍ରିଲ ୨ରୁ ୧୩ଯାଏଁ ବରଗଡରେ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ। ।

 

କେନ୍ଦ୍ରାପଡାରେ ନକଲି ସାର୍ଟିଫିକେଟ ମାମଲାରେ କାର୍ଯ୍ୟାନୁଷ୍ଠାନ : ୩ ଜଣ ଡାକ ସେବକ ବହିଷ୍କୃୃତ; ଜାଲ ସାର୍ଟିଫିକେଟ ଦେଇ କରିଥିଲେ ଚାକିରି ।

 

ଏଆଇ ଦୌଡ଼ରେ ରୁଷ୍‌ ସାମିଲ: ଚାଟ୍‌ଜିପିଟିର ତଦନ୍ତ କରିବ ୟୁରୋପୀୟ ସଂଘ ।

 

ପରଲୋକରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ।

 

ସୁପ୍ରଭାତ ,ଶୁଭ ସକାଳ ।