March 30, 2025

କୋଲନରାରେ ରାଜସ୍ୱ କାର୍ଯ୍ୟାଳୟ କେଉଁଠି,ଖୋଜୁଛନ୍ତି ଲୋକେ

Share

 

 

କୋଲନରା,( ସଞ୍ଜୀବ କୁମାର କଣ୍ଡାଗରୀ ) କୋଲନରା ସଦର ରେ ରହିଛି ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ। ତେବେ ଏହି କାର୍ଯ୍ୟାଳୟ ସମ୍ମୁଖ ରେ ବୋର୍ଡ଼ ନ ଥିବାରୁ ବିଭିନ୍ନ କାର୍ଯ୍ୟପାଇଁ ଏଠାକୁ ଆସୁଥିବା ଲୋକଙ୍କୁ ସମସ୍ୟା ହେଉଥିବା ଅଭିଯୋଗ ହେଉଛି। କାର୍ଯ୍ୟାଳୟ କେଉଁଠି ଅଛି ଖୋଜି ଖୋଜି ବ୍ଲକ ରାସ୍ତାରେ ଲୋକଙ୍କୁ ପଚାରି କିଛି ଲୋକ ବୁଲୁଥିବା ଦେଖିବାକୁ ମିଳିଛି। ସେମାନେ କୋଲନରା ଦୈନିକ ବଜାର ଛକରେ ଠିଆ ହୋଇ ଥିବା ଲୋକଙ୍କୁ ଆର ଆଇ ଅଫିସ କେଉଁଠି ପଚାରିଥିଲେ। ଟିକେ ଆଗକୁ ଗଲେ ଆର ଆଇ ଅଫିସ ପଡିବ ବୋଲି ତାଙ୍କୁ ଲୋକେ କହିଥିଲେ। ସେମାନେ ଚାଲି ଚାଲି ଅଫିସ ନାଁ ଲେଖାଥିବ ଆଶାକରି ଖୋଜି ଖୋଜି ଆଗକୁ ଯାଉ ଯାଉ ବିଇଓ ଙ୍କ ଅଫିସ ପାର କରି ଯିବାପରେ ସେଠାରେ ଠିଆ ହୋଇଥିବା ଲୋକଙ୍କୁ ପୁଣି ପଚାରିଥିଲେ। ଲୋକେ ଅଫିସ ପଛରେ ରହିଗଲା, ତମେ ଆଗକୁ ଚାଲିଆସିଛ ବୋଲି କହିଥିଲେ। ଏହାପରେ ସେମାନେ ପୁଣି ପଛକୁ ଫେରି ରାସ୍ତାରେ ଯାତାୟାତ ଲୋକଙ୍କୁ ପଚାରି ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ଅଫିସ ସମ୍ମୁଖରେ ନାମ ଫଳକ ଲେଖାଯାଇ ନ ଥିବାରୁ ଲୋକେ କିପରି ହଟହଟା ହୋଇ ବୁଲୁଛନ୍ତି ଏହାକୁ ନେଇ ମଧ୍ୟ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ପୂର୍ବରୁ ମଧ୍ୟ ଏଠାରେ ନାମ ଫଳକ ଲେଖା ଯାଇ ନଥିବା ଯୋଗୁଁ ଲୋକେ କିଭଳି ହଇରାଣ ହେଉଛନ୍ତି ଏହି ବିଷୟକୁ ନେଇ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ କାନ୍ଥରେ ଅଫିସ ନାମ ଲେଖା ଯାଇଥିଲା। ତାହା ଏବେ ଆଉ ନାହିଁ। ତେଣୁ ତୁରନ୍ତ ନାମ ଫଳକ ଲଗାଇ ବାକୁ ଲୋକେ ଦାବୀ କରିଛନ୍ତି।

You may have missed