March 29, 2025

ଛଟେଇ ହୋମଗାର୍ଡଙ୍କ ସାମ୍ବାଦିକ ସମ୍ମିଳନୀ  ପୁନଃନିଯୁକ୍ତି ଓ ବକେୟା ପ୍ରାପ୍ୟ ନ ଦେଲେ ଏସପି ଙ୍କ ଅଫିସ ସମ୍ମୁଖରେ ଅନଶନ ନିଷ୍ପତ୍ତି 

Share

 

 

ବାଲେଶ୍ଵର(ଶେଖ ନାଜିମ): ୭ଜଣ ହୋମଗାର୍ଡ ଙ୍କୁ ବିଭିନ୍ନ ଆଳ ଦେଖାଇ ବିନା ନୋଟିସରେ କୋଭିଡ ସଂକ୍ରମଣ ପୂର୍ବରୁ ବାଲେଶ୍ୱର ଏସପି ଛଟେଇ କରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେଛଟେଇ ହୋଇଥିବା ହୋମ ଗାର୍ଡ ମାନେ ହୋମଗାର୍ଡ କମାଣ୍ଡାଣ୍ଟ ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ ସେମାନଙ୍କ ଗୁହାରି କୁ କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ତେଣୁ ବାଧ୍ୟ ହୋଇ ସେମାନେ ଏସ ପିଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ଅପରାହ୍ନ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛଟେଇ ହୋମଗାର୍ଡ କହିଛନ୍ତି କି ସରକାରଙ୍କ ନିୟମ ମୁତାବକ ସେମାନେ କାମ କରିଆସୁଥିଲେ। ମାତ୍ର ୨୦୧୯ମସିହା ରେ କୋଭିଡ ମହାମାରୀ ପୂର୍ବରୁ ଆଠ ଜଣ ହୋମ ଗାର୍ଡ ଙ୍କୁ ବେଆଇନ ଭାବେ ଛଟେଇ କରାଯାଇଥିଲା। ଛଟେଇ ର କାରଣ ସମ୍ପର୍କରେ ଅବଗତ କରାଯାଇନଥିଲା। କାଳୀ ଚରଣ ରଣା, ମମତା ଶର୍ମା, ବସନ୍ତ ଗିରି, ରାଧା କୃଷ୍ଣ ଜେନା ବିଶ୍ଵନାଥ ଜେନା, ଦେବେନ୍ଦ୍ର ନାଥ ଦେ ‘, ହରେନ୍ଦ୍ର ନାଥ ଦାସ, ଓ ସୁରେନ୍ଦ୍ର ସେଠୀ ଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିଵା ସହ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଶ୍ରୀ ରଣା କହିଛନ୍ତି କି ଏସ ପି ମଧ୍ୟ ସେମାନଙ୍କ ସହ ଆଲୋଚନା କରିବାକୁ ଚାହୁଁ ନାହାନ୍ତି। ଆଲୋଚନା ସମୟ ରେ ଏସ ପି ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ର ସାର୍ଟିଫିକେଟ ଜାଲ ବୋଲି ପାଲଟା ଅଭିଯୋଗ କରୁଛନ୍ତି। ମେଡିକାଲ ରେ ପରୀକ୍ଷା ନିରୀକ୍ଷା ନ କରି ସେମାନଙ୍କ ଆଖି ପରୀକ୍ଷା ନ କରି ସେମାନଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଇଥିବା କହି ସେମାନଙ୍କ ନ୍ୟାର୍ଯ୍ୟ ଦାବିକୁ ଆର ଆଇ ଓ ଏସପି ଉପେକ୍ଷା କରିଚାଲିଛନ୍ତି। ଅପର ପକ୍ଷରେ ହୋମ ଗାର୍ଡ ପଦ ପାଇଁ ନୂତନ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ସମାପ୍ତ ହୋଇଛି। ସେମାନଙ୍କ ବୟସ ସୀମା ଅତିକ୍ରମ ହୋଇନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି ଅଭିଯୋଗ ପ୍ରକୋଷ୍ଠ ରେ ଲିଖିତ ଅଭିଯୋଗ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସେମାନଙ୍କ ଅଭିଯୋଗ ଉପରେ ତଦନ୍ତ କରିବା ପାଇଁ ହୋମଗାର୍ଡ କମାଣ୍ଡାଣ୍ଟ ଜେନେରାଲ ଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସମ୍ପୃକ୍ତ ଅଧିକାରୀ ଅଭିଯୋଗ ଉପରେ ତଦନ୍ତ କରିନାହାନ୍ତି ବୋଲି ସେମାନେ କହିଛନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ବାଲେଶ୍ଵର ଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇବା ଲାଗି ଆମରଣ ଅନଶନ ରେ ବସିବା ଲାଗି ନିଷ୍ପତ୍ତି ନେଇଛନ୍ତି।

You may have missed