ଅଟୋ ସ୍କୁଟି ମୁହାଁ ମୁହିଁ, ଜଣେ ମୃତ୍ୟୁ ଓ ଦୁଇ ଗୁରୁତର..

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ଗାଁର ହରିଜନ ସାହି ଛକରେ ଏକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁବରଣ ହୋଇଥିବା ବେଳେ ଅନ୍ଯ ଜଣେ ପୁରୁଷ ଗୁରୁତର ଆହତ ହୋଇ କୋଦଳା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।ଅଟୋରିକ୍ସା ଓ ମୋଟରସାଇକେଲ ମଧ୍ଯ ରେ ମୁହାଁମୁହଁ ଧକ୍କା ହୋଇଥିଲା ଓ ଏହି ଦୁର୍ଘଟଣା ରେ ଜଣେ ମହିଳା ଘଟଣା ସ୍ଥଳରେ ମୃତ୍ୟ ବରଣ କରିଥିବା ବେଳେ ଜଣେ ଯୁବକ ଓ ଛୋଟ ଶିଶୁକୁ ଆଘାତ ଲାଗିଛି। ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପ୍ରଶାସନ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଟୋରିକ୍ସା ଡ୍ରାଇଭର ଘଟଣା ସ୍ଥାନ ରୁ ଫେରାର ହୋଇଯାଇଥିବା ବେଳେ ଆହତ ମାନଙ୍କୁ ଡାକ୍ତର ଖାନା କୁ ପଠାଯାଇଛି। ।
ଭଞ୍ଜନଗର ରୁ ସୁକାନ୍ତ କୁମାର ନାୟକ ଙ୍କ ରିପୋର୍ଟ।