ବାଇକ ସହ କାର ମୁହମୁହିଁ ଧକ୍କା: ବାଇକ୍ ଚାଳକ ମୃତ..

ବୋଲଗଡ଼, (ଉପାନ୍ତ ଖବର): ବୋଲଗଡ଼ ବ୍ଲକ ଅନ୍ତର୍ଗତ ବିଜିପୁର ଛକ ନିକଟରେ ଏକ ବାଇକ ଓ କାର ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ବାଇକ ଚାଳକ ଜଣଙ୍କର ମୃତ୍ୟୁ ହୋଇଛି। ଅପରାହ୍ନ ସମୟରେ ବାଇକ୍ ଚାଳକ ଭୁବନେଶ୍ଵରରୁ ଫୁଲବାଣୀ ଅଭିମୁଖେ OD02CV0514 ନମ୍ବର ଗାଡ଼ିରେ ଯାଉଥିବା ବେଳେ ନୟାଗଡରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ OD01E1111 ନମ୍ବର କାର ମୁହାଁ ମୁହିଁ ଧକ୍କା ହୋଇଥଲା। ଘଟଣା ସ୍ଥଳରେ ବାଇକ ଚାଳକ ଙ୍କର ମୃତ୍ୟୁ ହୋଥିବା ବେଳେ ବାଇକ୍ ଚାଳକ ପୁଲବାଣୀ କେନ୍ଦୁପଦର ଗ୍ରାମର ସିଦ୍ଧିବ୍ରତ ସିଂ (୩୮) ବୋଲି ଜଣା ପଡିଛି । ତେବେ ଏଥିରେ କାର ଚାଳକ ଆହତ ହୋଇଛନ୍ତି। ଇଟାମାଟି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ତଦନ୍ତ କରୁଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।