ଅହମ୍ମଦାବାଦରେ ମଙ୍ଗଳବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ୧୧ ରନରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ ..

ଅହମ୍ମଦାବାଦରେ ମଙ୍ଗଳବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ୧୧ ରନରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ ।୨୪୪ ରନର ପିଛା କରୁଥିବା ଗୁଜରାଟ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୩୨ ହିଁ କରିପାରିଥିଲା । ଦଳ ପକ୍ଷରୁ ସାଇ ସୁଦର୍ଶନ ୭୪ ରନ ଓ ଶୁଭମନ ଗିଲ୍ ୩୩ ରନ କରିଥିଲେ । ସେହିପରି ଜସ୍ ବଟଲର ୫୪ ରନ ଓ ସେରଫେନ ରଦରଫୋର୍ଡ ୪୬ ରନ କରିଥିଲେ । ପଂଜାବ ପକ୍ଷରୁ ଅର୍ଶଦୀପ ସିଂ ୨ଟି ଓ୍ବିକେଟ ନେଇଥିବାବେଳେ ମାର୍କୋ ଜାନସେନ ଓ ଗ୍ଲେନ ମାକ୍ସଓ୍ବେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ ଆରମ୍ଭରୁ ପ୍ରଭସମିରନଜିତ ସିଂ (୫ ରନ) ଓ୍ବିକେଟ ହରାଇଥିଲେ ବି ପ୍ରିୟାଂଶ ଆର୍ଯ୍ୟା ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଶ୍ରେୟସ ୪୨ ବଲରେ ୯୭ ରନ କରିଥିବାବେଳେ ଆର୍ଯ୍ୟା ୪୭ ରନ କରିଥିଲେ। ଅର୍ଥତ ଶ୍ରେୟସ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବାବେଳେ ଆର୍ଯ୍ୟା ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଶେଷ ବେଳକୁ ମାର୍କସ ଷ୍ଟୋଇନିସ୍ ୨୦ ରନ କରିଥିବାବେଳେ ଶଶାଙ୍କ ସିଂ ୪୪ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୪୩ ରନ କରିଥିଲା। ଗୁଜରାଟ ପକ୍ଷରୁ ସାଇ କିଶୋର ୩ଟି ଓ୍ବିକେଟ ନେଇଥିବାବେଳେ ରବାଡା ଓ ରଶିଦ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ