May 22, 2025

ସାଂସ୍କୃତିକ କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ ଝାନ୍ସୀ ରାଣୀ ଙ୍କ ଯୋଗଦାନ

Share

 

ଆନନ୍ଦପୁର, ୨୬।୦୩

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ବଡ଼ଦାଣ୍ତ ଠାରେ ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲା କମିଟି ଆନୁକୁଲ୍ୟରେ ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବାଦି ପାଲା ୨୪ ତାରିଖ ଦିନ ଉଦଯାପିତ ହୋଇଯାଇଛି । ଓଡ଼ିଶାର ସୁନାମଧନ୍ୟ ପାଲା ଗାୟକ ଖଗେଶ୍ୱର ମାର୍ଥା, ନବ କୁମାର ଲେଙ୍କା ଙ୍କ ମଧ୍ୟରେ ବାଦି ପାଲା ଅନୁଷ୍ଠିତ ହୋଇଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମାଜିକ ଅନୁଷ୍ଠାନ ସର୍ବଜିତା ଫାଉଣ୍ତେସନ୍ ର ଅଧ୍ୟକ୍ଷା ଝାନ୍ସିରାଣୀ ଦାସ ଯୋଗଦେଇ ପାଲା ଗାୟକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଅନୁଷ୍ଠାନ କର୍ମକର୍ତ୍ତାକୁ ଧନ୍ୟବାଦ ଦେବା ସହ ଅନୁଷ୍ଠାନର ଉତ୍ତରତର ଉନ୍ନତି କାମନା କରିଛନ୍ତି । ପ୍ରତ୍ୟେକ ଦିନ ଏହି ପାଲାକୁ ଅଞ୍ଚଳର ଶତାଧିକ ଲୋକ ଦେଖିବା ସହ ପ୍ରଶଂସା କରିଛନ୍ତି । ପାଲା କମିଟିର ସଭାପତି ଅନନ୍ତ ଚରଣ ସା, ଉପ ସଭାପତି ଅଶିଷ କୁମାର ପଟ୍ଟନାୟକ, ସମ୍ପାଦକ ଶାନ୍ତନୁ କୁମାର ମିଶ୍ର, ସଦସ୍ୟ ସତ୍ୟାନନ୍ଦ ଦାସ, ସୁଦାମ ଚରଣ ମଙ୍ଗଳ, ଉମାକାନ୍ତ ନାୟକ, ପ୍ରଦୀପ ହଜାରୀ, ବାଇଦର ରାମ, ଲିଟୁ ଧଳ, ହର ପ୍ରସାଦ ଧଳ ପ୍ରମୁଖ ୫ ଦିନ ଧରି ଅନୁଷ୍ଠିତ ବାଦିପାଲାରେ ସହଯୋଗ କରିଥିଲେ ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।