March 10, 2026

ଏକ ମାସ ମଧ୍ୟରେ ଦ୍ବିତୀୟ ଥର ବାର୍ଷିକ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20230326-WA0015
Share

ଜୟପୁର : ପାରାବେଡାସ୍ଥିତ ଏକ ଆମ୍ବତୋଟାରେ ଜୟପୁର ସତସଙ୍ଗ କେନ୍ଦ୍ରର ଗୁରୁଭାଇ ଓ ଗୁରୁଭଉଣୀମାନଙ୍କ ଚେଷ୍ଟାରେ ବାର୍ଷିକ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସକାଳ ୧୦ଟାରୁ ସତସଙ୍ଗ ଅଧିବେଶନ ଆରମ୍ଭ ହୋଇଥିଲା। ବିଜେଡି ସଭାନେତ୍ରୀ ଡ଼ ଇନ୍ଦିରା ନନ୍ଦ ଏହି ମାତୃ ସମ୍ମିଳନୀରେ ଯୋଗଦେଇ ଶ୍ରୀଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଖୋର୍ଦ୍ଧାରୁ ଆସିଥିବା ମୁଖ୍ୟବକ୍ତା ଗୀତାଞ୍ଜଳୀ ଦାସ ଠାକୁରଙ୍କ ଜୀବନୀ ବିଷୟରେ ମା ମାନଙ୍କୁ ବୁଝାଇଥିଲେ। ଭଜନ କୀର୍ତ୍ତନ ପରେ ଉପସ୍ଥିତ କର୍ମୀ ମାନେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ମାଙ୍କ ଜିବନାଦର୍ସ ଓ ଭାବାଦର୍ଷ ଉପରେ ଆଲୋକପାତ କରିଥିଲେ। ଲକ୍ଷ୍ମୀପ୍ରିୟା ସାହୁ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମା ମାନଙ୍କ ମଧ୍ୟରେ ଶଙ୍ଖ ହୁଳହୁଳି ପ୍ରତିଯୋଗିତା କରାଯାଇଥିଲା। ରିତିକ କପିଳ ମହାକୁଡ, ଶିଶିର ପରିଜା, ମାମିନା ପରିଜା, ଶର୍ମିଷ୍ଠା ଦଳେଇ, ସସ୍ମିତା ମହାକୁଡ, ଜ୍ୟୋସ୍ନାରାଣୀ ଦତ୍ତ, କରବିଲତା ବାରିକ, ସ୍ବାଗତିକା ବାରିକ, ପୁଷ୍ପାରାଣୀ ପଣ୍ଡା, ଲକ୍ଷ୍ମୀ ସେନାପତିଙ୍କ ସମେତ ବହୁ ଗୁରୁ ଭାଇ ଓ ମା ମାନେ ଉପସ୍ଥିତ ଥିଲେ। ଶେଷରେ ଆନନ୍ଦ ବଜାର ଅନୁଷ୍ଠିତ ହୋଇଥିଲା। ଜୟପୁର ସହର ଓ ଆଖପାଖ ଅଞ୍ଚଳରୁ ପ୍ରାୟ ୧୨ଶହରୁ ଅଧିକ ମା ମାନେ ଏଇ ମାତୃ ସମ୍ମିଳନୀରେ ଯୋଗଦେଇଥିଲେ।

ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା