September 25, 2026

ପବିତ୍ର ମହାଶିବରାତ୍ରି ଉପଲକ୍ଷେ: ନେଟଙ୍ଗା ସବୁଜ ବାହିନୀର ପ୍ରକୃତି ସଂରକ୍ଷଣ କାର୍ଯ୍ୟକ୍ରମ 

IMG-20250226-WA0035
Share

 

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ବେଲଗୁଣ୍ଠା ବ୍ଳକର ନେଟଙ୍ଗା ଗ୍ରାମରେ ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ ନେଟଙ୍ଗା ସବୁଜ ବାହିନୀର ସଦସ୍ୟ, ନେଟଙ୍ଗା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ସ୍ଵାମୀ ମନ୍ଦିରର ମହାଶିବରାତ୍ରି କମିଟି ସଦସ୍ୟ ଓ ନେଟଙ୍ଗା ସୁରାଟ ଶ୍ରମିକ ସଂଘର ସଦସ୍ୟ ମାନଙ୍କ ମିଳିତ ସହଯୋଗରେ ବୃକ୍ଷ ଚାରା ରୋପଣ ଓ ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପପୁ ଜେନା, ରମା ବଲ୍ଲଭ ସ୍ଵାଇଁ, ମାଧବ, ରଞ୍ଜିତ, ବିଚିତ୍ର ସ୍ଵାଇଁ, ଶରତ ଚନ୍ଦ୍ର ଲେଙ୍କା, ଆକାଶ, ରଞ୍ଜନ ଜେନା, ଲକ୍ଷ୍ମଣ ନାଇକ, ଭୂଷଣ, ସୁବ୍ରତ, ଚନ୍ଦନ, ଆକାଶ ନାହାକ, ସୋମ୍, ଅବିନାଶ, ଦୀପକ୍, ମୁନା, ସଂଗ୍ରାମ ଓ ସୁଧୀର ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ପ୍ରକୃତି ପ୍ରେମୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନେଟଙ୍ଗା ସବୁଜ ବାହିନୀର ସଭାପତି ସୁଧୀର କୁମାର ନାୟକ, ସିପାହୀ ମାଧବ ନାୟକ ଓ ସ୍ଵେଚ୍ଛାସେବୀ ତଥା ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାତ୍ର ପରିଚାଳନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଶିବଭକ୍ତ ମାନେ ଅଂଶଗ୍ରହଣ କରିଥିଲେ। ପ୍ରକାଶ ଥାଉକି, ବିଗତ ଦୁଇ ବର୍ଷ ହେଲା ନେଟଙ୍ଗା ସବୁଜ ବାହିନୀ ବର୍ଷର ବିଭିନ୍ନ ପର୍ବପର୍ବାଣୀ, ଜାତୀୟ ଦିବସ ଓ ଜାତୀୟ ଉତ୍ସବ ତଥା ବିଭିନ୍ନ ସାମାଜିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ବୃକ୍ଷ ଚାରା ରୋପଣ, ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed