ଜାତୀୟ ନାଟକୋତ୍ସଵରେ ଓଡ଼ିଆ ଶିଶୁ ନାଟକ ଅନ୍ଧଭକ୍ତି। ମଞ୍ଚସ୍ଥ

କଟକ କଳାବିକାଶ କେନ୍ଦ୍ର ରଙ୍ଗମଞ୍ଚ ରେ ଥିଏଟର ମୁଭ୍ ମେଣ୍ଟ୍ ପକ୍ଷରୁ ଆୟୋଜିତ ଚଳିତ ଜାତୀୟ ଓ ଆନ୍ତର୍ଜାତୀୟ ନାଟ୍ୟ ମହୋତ୍ସବରେ
ଅଶୋକ କୁମାର ପ୍ରଧାନ ଙ୍କ ରଚିତ ଏଵଂ ପ୍ରୃଥ୍ଵୀଧର ପ୍ରଧାନ ଙ୍କ ନିର୍ଦ୍ଦେଶିତ ତଥା ପଲ୍ଲବୀ ନାଟ୍ୟ କଳା ପରିଷଦ ଉପସ୍ଥାପିତ ସମକାଳୀନ ଶିଶୁ ନାଟକ ଅନ୍ଧଭକ୍ତି ମଞ୍ଚସ୍ଥ ହୋଇଯାଇଛି। କୁସଂସ୍କାର, ଅନ୍ଧବିଶ୍ୱାସ ସମ୍ପ୍ରତି କିଭଳି ଗ୍ରାମୀଣ ଜନ ଜୀବନ ରେ ମଧ୍ୟ ରହିଯାଇ
ତାର କୁପ୍ରଭାବ ରେ ସାଧାରଣଙ୍କୁ କବଳିତ କରି ରଖିଛି ତାହା ହିଁ ନାଟକର ମୁଖ୍ୟ ବାର୍ତ୍ତା। ଏହି ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୋନାକ୍ଷୀ ବେହେରା,ପରୀ ବେହେରା,ରୋସ୍ନି ପରିଡ଼ା,ମାମାଲୀ ପ୍ରଧାନ,ଅନିଶ କୁମାର ପ୍ରଧାନ, ମଧୁସ୍ମିତା ପ୍ରଧାନ, ବୈଷ୍ଣବ ଯୁଝାର ସିଂହ, ଆକାଂକ୍ଷା ମହାପାତ୍ର, ଶିବାନୀ ସ୍ଵାଇଁ, ସୂଚିସ୍ମିତା ଦାସ, ରନିତା ସାହୁ ଜିତେନ୍ଦ୍ର କୁମାର ପ୍ରଧାନ, ଆଦର୍ଶୀ ଦାସ, ଶୁଭସ୍ମିତା ଦାସ, ହିମାଦ୍ରୀ ତନୟା ପ୍ରଧାନ, ଆଦ୍ୟାଶା ବେହେରା, ଶକ୍ତି ଖୁଣ୍ଟିଆ, ଆଦିତ୍ୟ ପ୍ରଧାନ, ପବିତ୍ର ସାହୁ, ପ୍ରେମଶାଇ ଦାସ, ଲିଙ୍କିନା ଗୁରୁ, ମହେଶ ବେହେରା।ନାଟକ ଟି ଦର୍ଶକଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା। ସାହିତ୍ୟିକ ତଥା ସଂଗଠକ ରବୀନ୍ଦ୍ର ନାଥ ପ୍ରଧାନ ଙ୍କୁ କଳା ସାଧକ।କଟକ କଳାବିକାଶ କେନ୍ଦ୍ର ରଙ୍ଗମଞ୍ଚ ରେ ଥିଏଟର ମୁଭ୍ ମେଣ୍ଟ୍ ର ସାଧାରଣ ସମ୍ପାଦକ ଗୋଲକ ବିହାରୀ ଦାସ ମହାପାତ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଏ ଏସ୍ ଏନ୍ ନାଇଡୁଙ୍କ ହାତରୁ ସମ୍ବର୍ଦ୍ଧିତ ସମ୍ମାନ ଗ୍ରହଣ କରିଛନ୍ତି।
