March 8, 2026

କୋଲନରା ରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

IMG-20260126-WA0124
Share

 

କୋଲନରା : (ସଞ୍ଜୀବ କୁମାର କଣ୍ଡାଗରୀ) ରାୟଗଡ଼ା ଜିଲ୍ଲା କୋଲନରା ସଦର ଗାଁରେ ଶ୍ରୀ ଶ୍ରୀ ଗୌରାଙ୍ଗ ମହାପ୍ରଭୁ ଙ୍କ ମନ୍ଦିର ସମ୍ମୁଖରେ ଥିବା ଯାତ୍ରା ପଡିଆ ଠାରେ ଆଜି ମହା ସମାରୋହରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ସକାଳ ୯ ଟା ସମୟ ରେ କଳସ ଯାତ୍ରା ଆରମ୍ଭ ହୋଇଥିଲା। କୋଲନରା ଗାଁ ଓ ଆଖ ପାଖ ଗାଁରୁ ଶତାଧିକ ମହିଳା ଏହି କଳସ ଯାତ୍ରାରେ ଯୋଗ ଦେଇଥିଲେ। ବାଜା ବାଜେଣି ଓ ସଂକୀର୍ତନ ମଣ୍ଡଳୀ ସହ ଗାଁ ଠାରୁ ପ୍ରାୟ ଦୁଇ ରୁ ଅଢେଇ କିଲୋ ମିଟର ଦୂର ତ୍ରିବେଣୀ ସାଙ୍ଗମ ସ୍ଥଳକୁ ଯାଇ ଗଙ୍ଗା ଆବାହାନ ସହ ପୂଜାଵିଧି ପରେ ପବିତ୍ର ଜଳ ସଂଗ୍ରହ କରି ଆସି ସମସ୍ତ କଳସ ଯାତ୍ରା ପଡିଆ ରେ ଆୟୋଜିତ ଯଜ୍ଞଶାଳା ରେ ସ୍ଥାପନା କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଯଜ୍ଞଶାଳା ସଂସ୍କାର କର୍ମ ପରେ ହୋମ ଯଜ୍ଞ ଆରମ୍ଭ ହୋଇଥିଲା। ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ଚାଲିଥିବା ବେଳେ, ଯାତ୍ରା ପଡିଆରେ ସମବେତ ମହିଳା ପୁରୁଷ, ଯୁବ ଗୋଷ୍ଠୀ, ବରିଷ୍ଠ ନାଗରିକ ମାନେ ଯଜ୍ଞପୂର୍ଣ୍ଣା ହୂତି ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହିତ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ ହିନ୍ଦୁ ଜାଗରଣ ପାଇଁ ହେଉଥିବା କାର୍ଯ୍ୟ ଧାରାକୁ ନୂତନ ଶକ୍ତି ଓ ଚେତନା ପ୍ରଦାନ କରିବା ଉଦ୍ଦେଶ୍ୟ ରେ ” ସମଗ୍ର ହିନ୍ଦୁ ସମାଜ “ ଦ୍ୱାରା ସନାତନ ସଂସ୍କୃତି ଓ ସନାତନ ଧର୍ମ ଏବଂ ସାମାଜିକ ଏକତାର ପ୍ରତୀକ ଭାବରେ ଏହି ହିନ୍ଦୁ ସମ୍ମିଳନୀ ର ଆୟୋଜନ କରାଯାଉଥିବା ମୁଖ୍ୟ ଅତିଥି ଭାବେ ପୂଜ୍ୟ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ, ସଂସ୍ଥାପକ ବିଶ୍ୱ କଲ୍ୟାଣ ସାଧନା ସମିତି ରାୟଗଡା ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ପ୍ରସନ୍ନ ଜିତ ସିହ୍ନା ଇଂରାଜୀ ଅଧ୍ୟାପକ ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ସୁନାବେଡା, କୋରାପୁଟ ରୁ ଯୋଗ ଦେଇଥିବା ଅତିଥି ମାନେ ବକ୍ତବ୍ୟ ରେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରସାଦ ସେବନ ରେ ସମସ୍ତେ ସାମିଲ ହୋଇଥିଲେ।