March 7, 2026

ସାରଳାଦାସ ଶ୍ରାଦ୍ଧଉତ୍ସବ ରେ ଝଙ୍କଡ଼ ସାହିତ୍ୟ ସଂସଦ ର କବିତା ଆସର 

IMG-20260126-WA0102
Share

       ତିର୍ତ୍ତୋଲ:-  ଆଦିକବି ଶୁଦ୍ରମୁନି ସାରଳା ଦାସ ଙ୍କ ସମାଧିପୀଠ, ତେନ୍ତୁଳିପଦା ସ୍ଥିତ ମୁନିଗୋସେଇଁ ମଠ ର ସାରଳା ଦାସ ସ୍ମୃତି ଭବନରେ, ସାରଳାଦାସ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଓ ଝଙ୍କଡ଼ ସାହିତ୍ୟ ସଂସଦ ପ୍ରାୟୋଜିତ, ରାଜ୍ୟ ସ୍ତରୀୟ କବିତା ଆସର, ଗତ ଜାନୁଆରୀ 26 ତାରିଖ ଦିନ ପୂର୍ବାହ୍ନରେ, ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କଵୟତ୍ରୀ ଡଃ ରଞ୍ଜିତା ନାୟକ ଓ ମୁଖ୍ୟବକ୍ତା ଭାବେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ର ସଭାପତି ଅକ୍ଷୟ କୁମାର ଦାସ, ଯୋଗଦେଇ, ସାରଳା ଦାସ, ଆମକୁ ଭାଷା ସାହିତ୍ୟ ଦେଇଛନ୍ତି, ପରିଚୟ ଦେଇଛନ୍ତି, ପ୍ରତିଷ୍ଠା ଦେଇଛନ୍ତି ଓ ବିଶ୍ୱବନ୍ଦିତ କରିଛନ୍ତି l ଆଜି ତାଙ୍କର ସୃତି ଓ ସ୍ମୃତି କୁ ଜାତୀୟ ଓ ଆନ୍ତର୍ଯ୍ୟାତୀୟ ମାନ୍ୟତା ଦେବାପାଇଁ ଆମମାନଙ୍କୁ କିଛି କରିବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ପଶାସନିକ ଅଧିକାରୀ ନାରାୟଣ ନାୟକ, ସଂସଦର ଉପସଭାପତି ପ୍ରଫେସର ବିଷ୍ଣୁପ୍ରିୟା ଦାସ, ଆଶୁକବି ପ୍ରଶାନ୍ତ କୁମାର ଦାସ,ଝୁଲରାମ ଦାସ,ପ୍ରମ୍ମୁଖ ଯୋଗଦେଇଥିବାବେଳେ, ସଙ୍ଗଠନ ସମ୍ପାଦକ ପଣ୍ଡିତ ବାସବ ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ପ୍ରତିଷ୍ଠାତା ସମ୍ପାଦକ ଝଙ୍କଡ଼ରତ୍ନ ଗୋଲକ ବିହାରୀ ପଲାଇ ସ୍ୱାଗତ ଭାଷଣ ସହିତ କୃତଜ୍ଞତା ଜ୍ଞ୍l ପନ କରିଥିଲେ l ସବିତା ନାୟକ, ପ୍ରବାଚକ ଦିଗମ୍ବର ରାଉତ ଓ ପାଲାଗାୟିକା ମନୋରମା ମହାନ୍ତି ଙ୍କ ସଂଯୋଜନା ରେ ହେମନ୍ତ ନାୟକ, ଭାଗବତ ପ୍ରସାଦ, ଅଞ୍ଜନା ମହାନ୍ତି, ଭାଗିରଥି ମହାନ୍ତି, ପାୟଲ ମଣ୍ଡଳ, ରମାକାନ୍ତ ଦାସ, ମଧୁସ୍ମିତା ବେହେରା ପ୍ରମ୍ମୁଖ ପଚାଶଜଣ ରୁ ଉର୍ଦ୍ଧ କବି କବୟିତ୍ରୀ ଏହି କବିତା ଆସରରେ ସ୍ୱରଚିତ କବିତା ପାଠ କରିଥିଲେ l ସାଂସ୍କୃତିକ ପରିଷଦ ସଭାପତି ବିରଜା ପ୍ରସନ୍ନ ପରିଜା, ସମ୍ପାଦକ ଚିତ୍ତରଞ୍ଜନ ପରିଜା, କାର୍ଯ୍ୟକର୍ତ୍ତା ଜ୍ୟୋତି ପ୍ରକାଶ ପରିଜା, ପ୍ରଭାତ କୁମାର ପରିଜା, ରାଧାମୋହନ ପରିଜା, ଆଶିଷ ପରିଜା ଓ ବିକାଶ ଚନ୍ଦ୍ର ପରିଜା ଙ୍କ ଦ୍ୱାରା ଉଦଘାଟିକା ଡଃ ରଞ୍ଜିତା ନାୟକ ଙ୍କୁ ମାନପତ୍ର ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ l ଶେଷରେ ଉପଦେଷ୍ଟା ନିତ୍ୟାନନ୍ଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର