March 10, 2026

କୋଟପାଡ଼ ଭୈରବ ପଡିଆ ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହ ରେ ରାଧାନାଥ ଙ୍କୁ କୋଟପାଡ଼ ଗୌରବ ସମ୍ମାନ

IMG-20260126-WA0090
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଭୈରବ ପଡିଆ ରେ ୭୭ତମ ସାଧାରଣ ତନ୍ତ୍ର ଦିବସ ମହାଆଡମ୍ବର ସହ ପାଳନ କରାଯାଇଛି.ଭୈରବ ପ୍ୟାରେଡ ପଡିଆ ରେ ସ୍ଥାନୀୟ ବିଧାୟକ ରୁପୁ ଭତ୍ରା ପତକା ଉତ୍ତୋଳନ କରିଥିଲେ.ବିଭିନ୍ନ ସ୍କୁଲ ର ବିଭିନ୍ନ ପ୍ରତିଯୋଗିତା ରେ କୃତୀ ଛାତ୍ରୀ ଛାତ୍ରଙ୍କୁ ମାନ ପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା. ଏହି ଅବସର ରେ କୋଟପାଡ଼ ସହର ରେ 1943ମସିହାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ରାଧାନାଥ ପଟ୍ଟନାୟକ (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ )ଙ୍କ ସମେତ ବରିଷ୍ଠ ନାଗରିକ ଶ୍ରୀ ପଦ୍ମନାଭ ରଥ ଏବଂ ଶ୍ରୀ ନରସିଂହ ବେହେରା ଙ୍କୁ କୋଟପାଡ଼ ଗୌରବ ସମ୍ମାନ ପ୍ରଦାନ କରାଯାଇଛି.ଅନ୍ୟ ମାନଙ୍କ ମଧ୍ୟରେ କୋଟପାଡ଼ ସାଧାରଣତନ୍ତ୍ର କମିଟି ଉପ ସଭାପତି କମଳେସ ମହନ୍ତ. ଅତରିକ୍ତ ତହସିଲଦାର ପର୍ଶୁରାମ ଭତ୍ରା. ବିଡ଼ିଓ ମନୋଜ କୁମାର ନାଇକ.ବ୍ଲକ ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି. ସନ୍ତୋଷ କୁମାର. ଗୌର ରଥ. ଲିଙ୍ଗରାଜ ପଟ୍ଟନାୟକ. ସମ୍ପାଦକ ଗଣେଶ ଚନ୍ଦ୍ର ପଣ୍ଡା.ଅଧକ୍ଷ ସଙ୍କର ରାଓ. ଉପାଧକ୍ଷ ତପନ ପାଣିଗ୍ରାହୀ. ବିନୋଦ ସାସମଲ. ଓକିଲ ସଂଘ ର ସଭାପତି.ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ.ବରିଷ୍ଠ ଆଇନଜୀବି ଶ୍ରୀ ପଙ୍କଜ ପାତ୍ର. କିଶୋର ଚନ୍ଦ୍ର ମିଶ୍ର. ସାଂସଦ ପ୍ରତିନିଧି ଶ୍ରୀ ଚନ୍ଦ୍ର ଶେଖର ଦାସ ଙ୍କ ସମେତ ସତାଧିକ ଶିକ୍ଷୟତ୍ରୀ ଶିକ୍ଷକ. ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ.ଜ଼ିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହ ଉପଲକ୍ଷେ କୋଟପାଡ଼ ମାଟିର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଗୋପାଳ ରାଓ ପଟ୍ଟନାୟକ ଙ୍କ ଦାୟେଦ ଯୁବ ସମାଜ ସେଵୀ ଗିରିଶ ପଟ୍ଟନାୟକ ଙ୍କୁ ମଞ୍ଚ ରେ ଉପ ମୁଖ୍ୟ ମନ୍ତ୍ରୀ ମାନ୍ୟବର କନକ ବର୍ଦ୍ଧନ ସିଂଦେଓ ମାନ ପତ୍ର ସହ ଉପଢୌକନ ଓ ପୁରସ୍କାର ପ୍ରଦାନ କରିଥିଲେ.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା