May 11, 2026

ଫରେଷ୍ଟ୍ ପାୟାର ସଚେତନତା ଉପଲକ୍ଷେ ଏକ ବନ୍ଧୁତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ..

IMG-20250126-WA0135
Share

 

ପାରଳାଖେମୁଣ୍ଡି,

 

ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ପାଳନ ଅବସରରେ ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଆଜି ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଏକ ବନ୍ଧୁତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଅଛି। ଏହି କ୍ରିକେଟ୍ ମ୍ୟାଚ୍ ରେ ଜିଲ୍ଲାପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଜିଲ୍ଲାପାଳ ଗଜପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଏସ.ଆନନ୍ଦ, ବନ ଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି, ଶ୍ରୀ ରାଜେନ୍ଦ୍ର ମିଞ୍ଜ,ଅତିରିକ୍ତ ଜିଲ୍ଲାପାଳ ଗଜପତି, ଡ଼. ଗୁଣନିଧି ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ପ୍ରମୁଖ ଯୋଗଦାନ କରି ଫରେଷ୍ଟ ଫାୟାର କ୍ରୀଡ଼ା ମାଧ୍ଯମରେ ସଚେତନତାର କରେଇଥିଲେ। ଜଙ୍ଗଲ ରେ ନିଆଁ ଲଗାନ୍ତୁ ନାହିଁ, ଜୀବଜଗତର ସୁରକ୍ଷା ପାଇଁ ଜଙ୍ଗଲରେ ଯେବେ ନଲାଗେ ନିଆଁ, ଜଙ୍ଗଲ ହୋଇବ ଆକାଶ ଛୁଆଁ, ବଣ ପଶୁ ପକ୍ଷୀ ଆମ ସମ୍ପଦ ସେମାନେ ନ ଥିଲେ ଆସେ ବିପଦ ବୋଲି କ୍ରୀଡ଼ା ମାଧ୍ଯମରେ ସମସ୍ତଙ୍କୁ ସଚେତନତା କରାଇ ଥିଲେ।

ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ବନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।