September 26, 2026

ରେଙ୍ଗାଲି ବୁଡି ଅଞ୍ଚଳ ଚଷା ସମାଜର ବାର୍ଷିକ ଅଧିବେସନ 

IMG-20250126-WA0100
Share

 

ସମ୍ବଲପୁର, ୨୬. ୦୧:ଜୁଯୋମୁରା ବ୍ଲକ ଟାମ୍ପରଗଡ଼ ପଞ୍ଚାୟତ ଅନ୍ତର୍ଗତ ଗୋଗୁଆପଡା ଠାରେ ରବିବାର ରେଙ୍ଗାଲି ବୁଡି ଅଞ୍ଚଳ ଚଷା ସମାଜର ୩୫ ତମ ବାର୍ଷିକ ଅଧିବେସନ ଅନୁଷ୍ଠିତ ହୋଇଯାଇଛି। ସମାଜ ସଭାପତି କୁଞ୍ଜବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରାରମ୍ଭରେ ଇଷ୍ଟଦେଵୀ ମା ରଣେଶ୍ୱର ରାମଚଣ୍ଡିଙ୍କ ଠାରେ ଯଥା ରୀତି ପୂଜାର୍ଚନା କରାଯାଇଥିଲା। ଏହାପରେ ଗତ ବର୍ଷ ମଧ୍ୟରେ ପ୍ରାଣତ୍ୟାଗ କରିଥିବା ସମାଜର ୮ ଜଣଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ସମ୍ପାଦକ ଅରୁଣ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ ଗ୍ରାମରୁ ଆସିଥିବା ସମସ୍ୟା ସମାଧାନ କରାଯାଥିବା ବେଳେ ୨ ଟି ପ୍ରମୁଖ ସମସ୍ୟାର ସମାଧାନ ପାଇଁ ଗ୍ରାମ୍ୟ କମିଟିକୁ ଏହା ହସ୍ତାନ୍ତର କରାଯାଇଥିଲା।ଏଥିରେ ଉପ ସଭାପତି ଯୋଗେଶ୍ୱର ବିଶ୍ୱାଳ,ପୂର୍ବତନ ସଭାପତି ମିହିର କୁମାର ପ୍ରଧାନ, ଡୋଳାଧର ପ୍ରଧାନଙ୍କ ସହ ପ୍ରମୁଖ ଗ୍ରାମବାସୀ ଆଲୋଚନାରେ ଭାଗ ନେଇଥିବା ବେଳେ ୨୫୦ରୁ ଅଧିକ ଜାତି ସମାଜ ଅଂଶ ଗ୍ରହଣ କରିଥିଲେ। ଶେଷରେ ମିହିର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed