ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ନୂତନ ଏକାଡେମୀକ ବ୍ଲକ ଉଦଘାଟିତ……..

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ
ପେଣ୍ଡ୍ରାଣି ମହାବିଦ୍ୟାଳୟ ଠାରେ ଓଡିଶା ସରକାର ଙ୍କ ବିଶ୍ୱ ବ୍ୟାଙ୍କ ଅନୁଦାନରେ ନିର୍ମିତ ହେଇ ଥିବା ଏହି ନୂତନ ଏକାଡେମୀକ ବ୍ଲକ
ଉଧଘାଟିତ ହେଇଛି। ମୁଖ୍ୟ ଅତିଥି ଭାବରେ ସ୍କୁଲ ଓ ଗଣ ଶିକ୍ଷ୍ୟା ମନ୍ତ୍ରୀ ନିତ୍ୟାନନ୍ଦ ନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ବ୍ଲକ ର
ଉଦଘାଟନଟନ କରିଛନ୍ତି। ଅନ୍ୟତମ ଅତିଥି ଭାବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, ଝରିଗାଁ ବିଧାୟକ ନରସିଂହ ଭତ୍ର। , ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ଶିକ୍ଷା ଦ୍ଵାରା ସମାଜ ରେ କୁସଂସ୍କାର ଦୂର ହେବ। ସଙ୍ଗେ ସଙ୍ଗେ କଠିନ ପରିଶ୍ରମ ଦ୍ବାରା ହିଁ ଦେଶ ଓ ରାଜ୍ୟ ର ବିକାଶ ସମ୍ଭବ ବୋଲି ମତ ବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟ ର ଅଧକ୍ଷ ଡକ୍ଟର ରବୀନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଗଣିତ ବିଭାଗ ଅଧ୍ୟାପକ ପ୍ରଦୋଷ କୁମାର ପଟ୍ଟନାୟକ ମଂଚ ପରିଚାଳନା କରିଥିବା ବେଳେ ବାଣିଜ୍ୟ ବିଭାଗ ର ଅଧ୍ୟାପକ ରାମ ଶଙ୍କର ପଟ୍ଟନାୟକ ଧନ୍ୟବାଦ୍ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଅଧ୍ୟାପକ ଧର୍ମେନ୍ଦ୍ର ପଟ୍ଟନାୟକ, ଚିନ୍ମୟ ରାଉତ, ସମୀର ମହାନ୍ତି, ସୁରଭୀ ଦାସ, ଅଶୋକ କୁଜୁର,
ଅଦୁ କ୍ରିଷାନୀ ସହ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ମହାବିଦ୍ୟାଳୟ ର
ଅନାନ୍ୟ ସମସ୍ୟା ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର ମିଶ୍ର ଉପସ୍ଥିତ ଅତିଥି ମାନଂକ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମ କୁ ନେଇ କର୍ମଚାରୀ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଇ ଥିଲା। ଉମରକୋଟ ମହାବିଦ୍ୟାଳୟ କୁ ନବରଙ୍ଗପୁର ଜିଲ୍ଲାରେ ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ରୂପେ ଗଢିବା ପାଇଁ ଉପସ୍ଥିତ ଅତିଥି ମାନେ ପ୍ରତିଶ୍ରୁତି ଦେଇ ଥିଲେ।