May 20, 2025

ଉମରକୋଟ ଠାରେ ମୁକ୍ତ ହୃଦରୋଗ ଯାଞ୍ଚ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ……

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ପ୍ରଥମ ଥର ପାଇଁ ଜେ.ପି.ଏଜୁକେସନାଲ୍ ଟ୍ରଷ୍ଟ ପକ୍ଷରୁ ଉମରକୋଟ ଏସ.ଏଲ.ଏନ. ପବ୍ଲିକ୍ ସ୍କୁଲରେ ଏକ ମୁକ୍ତ ହୃଦରୋଗ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ସଚେତନତା ଶିବିର ଆୟୋଜନ କରା ଯାଇଥିଲା। ଏହି ଶିବିରକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଉଧଘାଟନ କରିଥିଲେ। ଭାରତର ବିଖ୍ୟାତ ହୃଦ ରୋଗ ବିଶେଷଜ୍ଞ ଡକ୍ଟର ଚନ୍ଦନ ଦାସ, ଡକ୍ଟର ସୁରେନ୍ଦ୍ର ନାଥ ଦାସ, ଜେପି ଟ୍ରଷ୍ଟ ର ସଭାପତି ଜୟ ଦେବ କୁମାର ପରିଡ଼ା,ପ୍ରମୁଖ ଉପସ୍ଥିତ ଥିଲେ। ନିଜ ଭାଷଣରେ ଡକ୍ଟର ଚନ୍ଦନ ଦାସ ହୃଦରୋଗର ବିଭିନ୍ନ କାରଣ ଏବଂ ଏହାର ସତର୍କତା ଅବଲମ୍ବନ ରକ୍ଷା କରି କିପରି ଭାବେ କରି ହୃଦରୋଗକୁ ରୋକା ଯାଇପାରିବ ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ହୃଦରୋଗର ମୁଖ୍ୟ କାରଣ ଗୁଡ଼ିକ ହେଉଛି ମାନସିକ ଚାପ ଉଚ୍ଚ ରକ୍ତଚାପ ସୁଗର ବଡିବା , ତମାଖୁ ଓ ମଦ ପାନ କରିବ।, ଜଙ୍କ୍ ଫୁଡ୍ ଓ ବ୍ୟାୟାମର ଅଭାବ ବୋଲି କହିଥିଲେ। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ହୃଦରୋଗର ବିପଦପୂର୍ଣ୍ଣ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଜେ.ପି. ଏଜୁକେସନାଲ୍ ଟ୍ରଷ୍ଟ ପକ୍ଷ ତୁରୁ ନିଆଯାଇଥିବା ଉମରକୋଟ ଦ୍ୱାରା ନିଆଯାଇଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି। ଜେ.ପି. ଏଜୁକେସନାଲ୍ ଟ୍ରଷ୍ଟର ସଭାପତି ଶ୍ରୀ ଜୟଦେବ ପରିଡ଼ା ସଭାପତିତ୍ୱ କରି ଟ୍ରଷ୍ଟ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ସାମାଜିକ ସେବା ଯୋଜନା ବିଷୟରେ ବର୍ଣ୍ଣନା କରିଥିଲେ।ଜେ.ପି. ଏଜୁକେସନାଲ୍ ଟ୍ରଷ୍ଟର ଉପାଧ୍ୟକ୍ଷ ଶ୍ରୀମତୀ ରାଜଲକ୍ଷ୍ମୀ ପରିଡା, ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ ମଞ୍ଚରେ ଉପସ୍ଥିତ ଥିଲେ। ଡକ୍ଟର ଚନ୍ଦନ ଦାସ ଏହି ଶିବିର ରେ ୧୦୦ ରୁ ଉର୍ଦ୍ଧ ଲୋକେ ପରୀକ୍ଷା କରିଥିଲେ ଓ ଏଥି ମଧ୍ୟରୁ ୧୫ ବର୍ଷୀୟ। ଝିଅ ର ହୃଦରୋଗ ଚିହ୍ନଟ ସହ ପ୍ରାୟ ୧୫ ଜଣ ନୂଆ ରୋଗୀ ଡାଇବେଟିସ, ହାଇପର ଟେନସନ ଓ ହୃଦ ରୋଗୀ ଚିହ୍ନଟ ହେଇ ଥିବା ଶିବିର ର ସମାପନ ପରେ ହୃଦ ରୋଗ ବିଶେଷଜ୍ଞ ଡକ୍ଟର ଚନ୍ଦନ ଦାସ ସୂଚନା ପ୍ରଦାନ କରିଥିଲେ।