March 10, 2026

ମୋହନା ରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ …

oiu8o
Share


ଗଜପତି ଜିଲ୍ଲା ମୋହନା ବ୍ଲକରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡ଼ିକରେ ଆଡମ୍ବର ସହ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ମୋହନା ବ୍ଲକରେ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର ପତାକା ଉତ୍ତୋଳନ କରି ଉପସ୍ଥିତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀଙ୍କୁ ଜନରାଜ୍ୟ ଦିବସରେ ଆମର କର୍ତ୍ତବ୍ୟ ବିଷୟରେ ଉଦବୋଧନ ଦେଇଥିଲେ। ଏହା ପରେ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର ମୁଖ୍ୟ ଅତିଥି ଭାବେ ମୋହନା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ହୋଇଥିବା ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ଯୋଗଦେଇ ସାମ୍ବାଦିକ ମାନଙ୍କ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସହ ଅତିରିକ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ ରମାକାନ୍ତ ଚୌଧୁରୀ ସାଧାରଣତନ୍ତ୍ର ଦିବସରେ ବଳିଦାନ ଦେଇଥିବା ପୂର୍ବଜ ମାନଙ୍କ ଭୂମିକା ସମ୍ପର୍କରେ ପ୍ରକାଶ କରିଥିଲେ। ମୋହନା ଥାନା ରେ ଥାନା ଅଧିକାରୀ ବସନ୍ତ କୁମାର ସେଠୀ, ବନ ବିଭାଗ କାର୍ଯ୍ୟାଳୟ ଠାରେ ବନ ଅଧିକାରୀ ଲକ୍ଷ୍ମୀନାରାୟଣ ବିଷୋୟୀ, ଉଚ୍ଚ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ, ମହା ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଦାୟିତ୍ଵରେ ଥିବା ଅଧିକାରୀ ମାନେ ପତାକା ଉତ୍ତୋଳନ କରିଥିଲେ। ଛାତ୍ର ଛାତ୍ରୀ ମାନେ ସକାଳୁ ଗ୍ରାମ ସାରା ପରିକ୍ରମା କରି ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ସହର ପରିକ୍ରମା କରିଥିଲେ। ସ୍ଥାନୀୟ ଶିଶୁ ମନ୍ଦିରର କୁନି କୁନି ଛାତ୍ର ଛାତ୍ରୀ କୌତୁକ୍ ପୋଷାକ ପରିଧାନ କରି ସହର ପରିକ୍ରମା କରିଥିଲେ ।