November 21, 2024

ନୂଆ-ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପନ ସହିତ ନୂତନ ଗୃହର ଶିଳାନ୍ୟାସ ଉର୍ତ୍ସବ ଅନୁଷ୍ଠିତ …

Share


ଓଡିଶା ସରକାରଙ୍କ ପ୍ରାୟୋଜିତ ନୂଆ-ଓ ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉର୍ତ୍ସବ ବ୍ରହ୍ମଗିରିର ଶ୍ରୀଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀକୁମାର ପାଠୀଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତି କିପରି ସର୍ବଧର୍ମ ସଂସ୍କୃତି ନିଜ ଅଭିଭାଷଣ ରେ ଉପସ୍ଥାପନ କରିଥିଲେ l ମୁଖ୍ୟବକ୍ତା ଭାବେ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷିକା ନିର୍ମଳା ଫତେସିଂ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥିଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ମହାନ୍ତି ଯୋଗଦେଇଥିଲେ l ଅଧ୍ୟାପିକା କଲ୍ୟାଣୀ ନନ୍ଦି ଅତିଥି ପରିଚୟ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l ମହାବିଦ୍ୟାଳୟ ର ପ୍ରାଧ୍ୟାପିକ ସଂଗ୍ରାମ କେଶରୀ ମାନ୍ଧାତା, ପ୍ରାଧ୍ୟାପିକା ଝରଣା ମହାନ୍ତି, ଅଳକା ମଞ୍ଜରୀ ସାହୁ, ଅଧ୍ୟାପକ ସନ୍ଦୀପ କୁମାର କର, ଗଦାଧର ଦାସ, କାର୍ତିକ ପ୍ରଧାନ, ରୀନା ପ୍ରଧାନଙ୍କ ସହିତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନୋଡାଲ ଅଫିସର ପ୍ରମୋଦ କୁମାର ଦଳାଇ l ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ 5T ର ନୂତନ ଶ୍ରେଣୀଗୃହର ଶିଳାନ୍ୟାସ କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ