ତ୍ରିଧାରା ସାଂସ୍କୃତିକ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ବେଗୁନିଆ ବ୍ଲକ
ତ୍ରିଧାରା ସାଂସ୍କୃତିକ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ବେଗୁନିଆ ବ୍ଲକ (ଉପାନ୍ତଖବର ମାନସ ରଞ୍ଜନ କର)ବାଘମାରି ପଞ୍ଚାୟତ ତୃପ୍ତି କଲ୍ୟାଣ ମଣ୍ଡପ ପରିସର ରେ ତ୍ରି ଧାରା ସାଂସ୍କୃତିକ ପରିଷଦ ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି, ଏହି ଅବସରରେ ରଜନୀ କାନ୍ତ ପଣ୍ଡା ଙ୍କ କ୍ରିଷ୍ଣା ବୁକ୍ସ
ଦ୍ଵାରା ପ୍ରକାଶିତ ବିଭୁହୋତା ଙ୍କ ଲିଖିତ ‘ ରଙ୍ଗ ଛୁଆଁ ‘ ଓ ପଣ୍ଡିତ ରଘୁନାଥ ବିଶିଙ୍କ ‘ଉପନିଷଦ ‘ ଉନ୍ମୋଚିତ ହୋଇଥିଲା, ମଳୟ ଜୟସିଂହ ଙ୍କ ଲିଖିତ ‘ଅନନ୍ୟ ସେବକ ‘ ଓ ‘ଏଇତ ଜୀବନ ‘ ଉନ୍ମୋଚିତ ହୋଇଥିଲା
ପରିବେଶବିତ୍ ରାଜକିଶୋର ପାଣିଗ୍ରାହୀ ଙ୍କ ସଭାପତି ତ୍ଵ ରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ପୂର୍ବତନ ସହକାରୀ ପରିଚାଳକ ସୁନିଲ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ, ସମାଜ ସେବୀ ସନ୍ଦିପ୍ତ ଦାସ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ତଥା ଶିକ୍ଷକ ଅଖିଳେଶ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ
ପ୍ରଦୀପ ପ୍ରଜ୍ବଳନ ପରେ ଜଗନ୍ନାଥ ପରିଡ଼ା ଦୟାନିଧି ବେହେରା ଓ ଦାଶରଥି ବେହେରା ସ୍ଵାଗତ ସଙ୍ଗୀତ ଗାନ କରିଥିଲେ କଳ୍ପତରୁ ପଣ୍ଡା ସଂପାଦକୀୟ ପାଠ କରିଥିଲେ ପରେ କବି ଜଗଦୀଶ ପାତ୍ର ଙ୍କ ସଂଯୋଜନା ରେ ବଂଶୀଧର ପଣ୍ଡା, ଗଙ୍ଗାଧର ଓଝା, ସସ୍ମିତା ଗ୍ରହାଚାର୍ୟ୍ଯ, ପଦ୍ମାଳୟା ମହାପାତ୍ର, ଦେବାଶିଷ ସାହୁ, ବିଶ୍ୱଜିତ୍ ହୋତା, ଦିଲ୍ଲୀପ ସାହୁ, ପତିତ ପାବନ ବଳବନ୍ତ ରାୟ, ଲମ୍ବୋଦର ଶତପଥୀ, ରାମଚନ୍ଦ୍ର ସାହୁ, ଅବିନାଶ ସାମନ୍ତରା, ଚନ୍ଦ୍ରଶେଖର ମହାରଣା, ବିନୋଦ ରାଉତରାୟ, ବସନ୍ତ ସାହୁ, କୈଳାଶ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ
ଏହି ଅବସରରେ ଗାୟକ ପ୍ରଫୁଲ ସାମନ୍ତରା ଙ୍କୁ ଗାୟକ ସମ୍ରାଟ ବିଶ୍ଵନାଥ ପଟ ଯୋଶୀ ସମ୍ମାନ, ଶିଳ୍ପୀ ଉପେନ୍ ସାହୁଙ୍କୁ ‘ଶିଳ୍ପୀ ଗୁରୁ କଳିଙ୍ଗ ମହାରଣା ସମ୍ମାନ’, ପାହାନ୍ତି ଆକାଶ ବହି ପାଇଁ ମହାଦେବ ପ୍ରଧାନ ଙ୍କୁ ‘ବିଭୁ ହୋତା ସମ୍ମାନ ‘ ସ୍ଥାପତି ସନାତନ ଦାସ ଙ୍କୁ ପୂଜ୍ୟ ପୂଜା ସମ୍ମାନ, ଜଗନ୍ନାଥ ପରିଡ଼ା ଙ୍କୁ ସଙ୍ଗୀତ ଶ୍ରୀ ସମ୍ମାନ ଓ ସରୋଜିନୀ ପାଟ ସାଣୀ ଙ୍କୁ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା ବାପିନା ମହାପାତ୍ର ଉଦଯାପନୀ ସଙ୍ଗୀତ ଗାନ କରିଥିଲେ ଓ ସଭାସାଙ୍ଗ ହୋଇ ଥିଲା
