March 7, 2026

ବୁଗୁଡ଼ାରେ ଗୀତା ମହାଯଜ୍ଞ ଅନୁଷ୍ଠିତ 

IMG-20251225-WA0075
Share

ବୁଗୁଡ଼ା : ତା ୨୫/୧୨/୨୫ : ସ୍ଥାନୀୟ ସୂର୍ଯ୍ୟନଗରସ୍ଥିତ ଗୀତା ଆଶ୍ରମ ପରିସରରେ ଚର୍ତୁବିଂଶ ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମହାଯଜ୍ଞ ଉପଲକ୍ଷେ ଘୃତଯଜ୍ଞ, ଗୀତାପାରାୟଣ, ଅନ୍ନଯଜ୍ଞ ଓ ଜ୍ଞାନଯଜ୍ଞ ଆଦି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଗୀତା ସତସଙ୍ଗ, ବୁଗୁଡ଼ା ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରବକ୍ତା ଭାବେ ସ୍ବାମୀ ଜଗଦୀଶାନନ୍ଦ ସରସ୍ବତୀ ଯୋଗ ଦେଇ ଆଲୋଚ୍ଯ ବିଷୟ କର୍ମଯୋଗ ପଞ୍ଚଦଶ ଅଧ୍ଯାୟ ପୁରୁଷୋତ୍ତମ ଯୋଗ ବିଷୟରେ ପ୍ରବଚନ ପ୍ରଦାନ କରିଥିଲେ। ଏଥି ସହ ସାମୁହିକ ଗୀତା ପାରାୟଣ ମଧ୍ୟ କରାଯାଇଥିଲା। ଉକ୍ତ ଜ୍ଞାନଯଜ୍ଞାମୃତରେ ଗୀତାପ୍ରେମୀ ଭକ୍ତବୃନ୍ଦ ଯୋଗ ଦେଇ ଆତ୍ମ କଲ୍ଯାଣ ଲାଭ କରିଥିଲେ ।