April 26, 2026

ଧାନ ଅଭାବି ବିକ୍ରି ନେଇ କଳାହାଣ୍ଡି ଚାଷୀ ଚିନ୍ତାରେ…

IMG-20251225-WA0066
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଓଡିଶାର ଦ୍ଵିତୀୟ ସର୍ବାଧିକ ଧାନ ଉତ୍ପାଦନକାରି ଜିଲ୍ଲା କଳାହାଣ୍ଡିରେ ଧାନର ଅଭାବି ବିକ୍ରି ଓ କଟନି ଛଟନୀ ଯୋଗୁଁ ବର୍ତ୍ତମାନ ଚାଷୀଭାଇ ମାନେ ମୁଣ୍ଡରେ ହାତଦେଇ ବସିଛନ୍ତି।କଳାହାଣ୍ଡି ଜିଲ୍ଲାରେ ପ୍ରାୟ ଶତକଡା ୮୦ ଭାଗରୁ ଅଧିକ ଧାନ ମଡ଼ା ସରିଥିବା ବେଳେ ଜିଲ୍ଲାରେ ଅଳ୍ପ କେତୋଟି ସ୍ଥାନରେ ନାମ ମାତ୍ର ମଣ୍ଡି ଗୁଡିକ ଖୋଲା ଯାଇଥିବା ଦେଖିବାକୁ ମିଳିଛି।ଏଥିରେ ମଧ୍ୟ ଅଧିକାଂଶ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାରିନାହିଁ ଏବଂ ଯାହାକୁ ଟୋକନ ମିଳିଛି ସେମାନଙ୍କ ଧାନ ଗୁଡିକର ମାନ ପରୀକ୍ଷା ନକରି ଖୋଲା ଖୋଲି ଭାବରେ ଦୁର୍ନୀତି ଓ କଟନୀ ଛଟନୀ ଯୋଗୁଁ ଚାଷୀ ମାନେ ଘୋର ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳେ।ମିଲର୍ସ ମାନେ ମଣ୍ଡିରୁ ଧାନ ଉଠାଇବା ପାଇଁ ରାଜି ହେଉନାହାନ୍ତି।ଏଫ.ସି.ଆଇ. ଗୋଦାମରେ ସରକାରୀ ବାବୁ ମାନେ ଚାଉଳ ଡମ୍ପ କରିବା ପାଇଁ ମିଲର୍ସ ମାନଙ୍କ ଠାରୁ ଲଟ ପିଛା ଖୋଲା ଖୋଲି ଟଙ୍କା ମାଗୁଥିବାକୁ ନେଇ ମିଲର୍ସ ଓ ଏଫ.ସି.ଆଇ. କର୍ମଚାରିଙ୍କ ମଧ୍ୟରେ ବିବାଦ ଚାଲିଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଲ ମାନଙ୍କ ଗୋଦାମରୁ ରବି ଧାନ ଭରପୁର ମାତ୍ରାରେ ଗଛିତ ଥିବା ବେଳେ ଖରିଫ ଧାନ ମଣ୍ଡିରୁ କିପରି କିଣା ଯାଇପାରିବ ଏବଂ ମଣ୍ଡିରୁ ଧାନ ନଉଠିଲେ ଚାଷୀ ଭାଇ ମାନେ ହଇରାଣର ସମ୍ମୁଖୀନ ହେବେ। ଏପରିକି ଏହାର ପରବର୍ତ୍ତୀ ସମୟରେ ଚାଷୀ ଅସୁବିଧା ରେ ପଡିବା ପର୍ଯ୍ୟନ୍ତ କଥାଯିବ।ଏହା ସହ ଏନେଇ ଅନ୍ୟଥା ରାଜନୈତିକ ଚାପ ପଡିବାକୁ ନେଇ କିଛି ମାସ ପୂର୍ବେ କେସିଙ୍ଗା ମିଲର୍ସ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏହି ଖୋଲା ଖୋଲି ଦୁର୍ନୀତିକୁ ବନ୍ଦ କରି ସମସ୍ୟାର ସମାଧାନ କରି ପରବର୍ତ୍ତୀ ସମୟରେ ଯେପରି ମିଲର୍ସ ମାନେ ମଣ୍ଡିରୁ ସୁରୁଖୁରୁରେ ଖରିଫ ଧାନ ଉଠାଇ ପାରିବେ ଏନେଇ ଲିଖିତ ଭାବରେ ଦାବି ଜଣାଇଥିଲେ।କିନ୍ତୁ ବର୍ତ୍ତମାନ ଓଡିଶା ସରକାରଙ୍କ ଅଦ୍ଭୁତ ନୀତି ଏବଂ ଅଦୂର ଦୃଷ୍ଟିତା ଯୋଗୁଁ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ଏପରି ଗୁରୁତର ସମସ୍ୟାର ସମାଧାନ କରିବାରେ ଫେଲ ମାରିବା ସ୍ପଷ୍ଟ ଦେଖାଯାଉଛି।ଏନେଇ ଜିଲ୍ଲାର ଚାଷୀଭାଇ ମାନେ କେତେଥର ଦାବି ଉଠାଇ ସାରିଥିବା ବେଳେ ଜିଲ୍ଲା ବି.ଜେ.ଡି.ତରଫରୁ ଓଡିଶା ସରକାରଙ୍କ ମନମୁଖୀ ନୀତି ତଥା ଚାଷୀ ମାରଣ ନୀତି ଓ କଟନୀ ଛଟନୀ କୁ ବିରୋଧ କରି ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଅନ୍ୟ ପଟେ ଧର୍ମଗଡ଼ ଠାରେ ମଧ୍ୟ ମଣ୍ଡି ଗୁଡିକର ଅଚଳାବସ୍ଥା,କଟନୀ ଛଟନୀ ଯୋଗୁଁ ଚାଷୀ ମାନେ ଲାଭ ପାଉନଥିବା ଆଦି ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ବିଭାଗ ଚାଷୀଙ୍କ ନିମନ୍ତେ କି ସୁବିଧା କରୁଛନ୍ତି।