April 24, 2026

ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର ରେ ମାତୃସମ୍ମିଳନୀ ..

IMG-20251125-WA0006
Share

        – ତିର୍ତ୍ତୋଲ ତା 24/11/2025 ବାଣୀକ୍ଷେତ୍ର ଝଙ୍କଡ଼, କନକପୁର ପଞ୍ଚାୟତ ଛତ୍ରମଠ, ତରାପୁର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ, ପରିଚାଳନା କମିଟି ର ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଓ ଅଧ୍ୟକ୍ଷ୍ ତା ରେ ମାତୃସମ୍ମିଳନୀ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ସଭାରେ, ମୁଖ୍ୟଅତିଥି ଭାବେ ସମାଜସେବୀ ତଥା ଶିକ୍ଷକ କୈଳାଶ ଚନ୍ଦ୍ର ନନ୍ଦ, ସମ୍ମାନିତ ଅତିଥି ତିର୍ତୋଲଖଣ୍ତ ର ପର୍ଯ୍ୟାବରଣ ପ୍ରମୁଖ ସୁଶ୍ରୀ ସଂଯୁକ୍ତା ପଣ୍ଡା ଓ ମୁଖ୍ୟବକ୍ତା ଭାବରେ ଧର୍ମଜାଗରଣ ପ୍ରାନ୍ତ ସଂସ୍କୃତି ପ୍ରଚାରକ ସ୍ମୃତିସାଗରl ନନ୍ଦ ମହାରାଜଜୀ ଯୋଗଦେଇ, ଆମ ସମାଜରେ ମାତୃଶକ୍ତି ର ଅବଦାନ, ମହତ୍ତ୍ୱ ଓ ବିଶେଷତ୍ୱ ଉପରେ ବହୁ ପୁରାଣ ଶାସ୍ତ୍ର ଓ ଲୋକକଥା ର ଉଦାହରଣ ଦେଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଶିଶୁମନ୍ଦିର ର ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ସାହୁ ସ୍ୱାଗତଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ, ଗୁରୁମା ସରୋଜିନୀ ରାଉତ ମଞ୍ଚରେ ସଂଯୋଜନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶିବପ୍ରସାଦ ନନ୍ଦ, ସୁପ୍ରଭା ନାୟକ, ମଞ୍ଜୁଶ୍ରୀ ବେହେରା, ସୁଶ୍ରୀ ସାବିତ୍ରୀ ମହଲା ସୁଜାତା ରାଉତ . ମୋନାଲିସା ସାହୁ, ସୋନାଲିନି ନନ୍ଦ ଓ ଶିବାଙ୍ଗି ପ୍ରୀତିବର୍ଦ୍ଧନ ପ୍ରମୁଖ ଗୁରୁ ଗୁରୁମା ମାନେ ଏହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ଶତାଧିକ ମହିଳା, ଅଭିଭାବକ ଓ ସଂସ୍କୃତିପ୍ରେମୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ, ପରିଶେଷରେ ଶିକ୍ଷକ ଅଶୋକ କୁମାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର