April 11, 2025

କୁମାରବସ୍ତ ଲୋକନାଥ କ୍ରିକେଟ୍  ପଙ୍ଗାରସିଂ ଓ ଅରିସଲ ବିଜୟୀ..

Share

ଖୋର୍ଦ୍ଧା: ୨୪/୧୧/୨୪ 🙁 ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ରାଉଜିଂଷ୍ଟାର କ୍ରିକେଟ୍ କ୍ଳବ ଆନୁକୁଲ୍ୟରେ ଲୋକନାଥ ଦେବ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୁମାରାବସ୍ତ ଖେଳପଡିଆ ର ଆଜି ଦ୍ୱିତୀୟ ଦିବସରେ ତିନୋଟି ମ୍ୟାଚ୍ ଖେଳାଯାଇଥିଲା।ପ୍ରଥମ ମ୍ୟାଚ୍ ରେ ଜରିପୂଟ କ୍ରିକେଟ୍ କ୍ଳବ୍ ଦେଉଳିଟାଙ୍ଗୀ କ୍ରିକେଟ୍ କ୍ଳବ୍ କୁ ୧୧ ରନ୍ ରେ ପରାସ୍ତ କରିଛି,ଦ୍ଵିତୀୟ ମ୍ୟାଚରେ ପଙ୍ଗାରସିଂ ଦଳ ଜରିପୁଟ ଦଳକୁ ୪୩ ରନ୍ ରେ ପରାସ୍ତ କରିଛି। ତୃତୀୟ ମ୍ୟାଚ୍ ରେ ପଳାଶପୂର୍ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୧୨ ଓଭର ରେ ବସନ୍ତ ସାହୁଙ୍କ ୧୧୫ ରନ ସହାୟତାରେ ୧୬୫ ରନ କରିଥିଲେ। ଜବାବରେ ଅରିସଲ ଦଳ ଶୁଭେନ୍ଦୁ ପ୍ରଧାନ ଙ୍କ ବିସ୍ପୋରକ ୭୫ ରନ ସହାୟତାରେ ୧୧.୩ ଓଭରରେ ୪ ୱିକେଟ୍ ହରାଇ ୧୬୬ ରନ କରିନେଇଥିଲେ। ଏହି ମ୍ୟାଚ୍ କୁ ଅରିସଲ ଦଳ ୬ ୱିକେଟ୍ ରେ ଜିତି ନେଇଥିଲେ। ଅତିଥି କେଶବ ଗଜେନ୍ଦ୍ର ଶ୍ରେଷ୍ଠ ଖେଳାଳି ରୂପେ ଶୁଭେନ୍ଦୁ ପ୍ରଧାନଙ୍କୁ ଏବଂ ଅତିଥି ଗୋବର୍ଦ୍ଧନ ହାତୀ ଶତକଧାରି ବ୍ୟାଟ୍ସମ୍ୟାନ୍ ବସନ୍ତ ସାହୁଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଖେଳକୁ ସାନୁଜ ବିଶ୍ଵାଳ,ଛବିନ୍ଦ୍ର ସାହୁ, ସୋଭାକର ପାତ୍ର,ଅଭିମନ୍ୟୁ ବହୁବଳେନ୍ଦ୍ର ପରିଚାଳନା କରିଥିଲେ, ପ୍ରିତିରଞ୍ଜନ ବିଜୟସିଂ,ଅମିୟ ପ୍ରଧାନ ମ୍ୟାଚ୍ ରେଫରୀ,ସ୍କୋରର ଭାବେ ଅମ୍ଳାନ ରାଉତରାୟ, ରଂଜନ ବରାଳ,ଶ୍ରଧାକର ପାତ୍ର ଥିଲେ। ସଂଯୋଜକ ଭାବେ ଦୁର୍ଯ୍ୟୋଧନ ପରିଡ଼ା ଏବଂ ସଞ୍ଜୟ ପାଇକରାୟ କାର୍ଯ କରିଥିଲେ।୨୬/୧୧/୨୪ ମଙ୍ଗଳବାର ଦିନ ପ୍ରଥମ ମ୍ୟାଚ୍ ଅରିସଲ ବନାମ ଟାଙ୍କୋଳ ଏବଂ ଦ୍ଵିତୀୟ ମ୍ୟାଚ୍ କୁମାରବସ୍ତ ବନାମ ପଙ୍ଗାରସିଂ ମଧ୍ୟରେ ହେବବୋଲି କାଜଲ ବଳିଆରସିଂହ ଜଣାଇଛନ୍ତି।

You may have missed