September 17, 2026

ଦିବ୍ୟସିଂହ ପୁର ଓ ଭାଗିରଥି ପୁର ରେ ରୀତି ନୀତି ଓ ପରମ୍ପରା ଭିତ୍ତି ରେ ପାଳନ ହେଲା ଶୀତଳ ଷଷ୍ଠୀ ଯାତ୍ରା 

IMG-20250601-WA0012
Share

 

ଛତ୍ରପୁର. ତା. ୧/୬/୨୦୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦିବ୍ୟସିଂହ ପୁର ଠାରେ ବହୁ ପୁରାତନ ୩୦୦ସହ ବର୍ଷ ର ପରମ୍ପରା ରୀତି ନୀତି ଭିତ୍ତି ରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ବର ପିତା ପକ୍ଷରୁ ରାଧା ଗୋବିନ୍ଦ ତ୍ରିପାଠୀ ଓ କନ୍ୟା ପିତା ପକ୍ଷରୁ ପଣ୍ଡିତ ବାସୁଦେବ ମିଶ୍ର ଙ୍କ ସୁପୁତ୍ର ତଥା ଯୁବ ସାମ୍ବାଦିକ ଓ ୟୁ ଯେ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର କନକ ଦୁର୍ଗା ଙ୍କ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ବିବାହ କାର୍ଯ୍ୟ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଶତପଥି ଓ ପିତାମ୍ବର ଶତପଥି ଙ୍କ ପୌରହିତ ରେ ସମ୍ପାଦନ ହୋଇଥିଲା ପ୍ରଥମେ ବହୁ ଆଡମ୍ବର ରେ ଶିବ ଭଗବାନ ଙ୍କୁ ନିମନ୍ତ୍ରଣ କରି କନକ ମଣ୍ଡପ ନିକଟ କୁ ଅଣାଯାଇଥିଲା ପରେ ମା ଦୁର୍ଗା ଙ୍କ ବିରାଜମାନ ପରେ ଶିବ ପାର୍ବତୀ ଦେବ ଦମ୍ପତି ଙ୍କ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା ଏହି କାର୍ଯ୍ୟ କୁ ସମ୍ପାଦନ କରିବା ପାଇଁ ଗ୍ରାମ୍ୟ କମିଟି ସଭାପତି ସୁଧାଂଶୁ ଶେଖର ମିଶ୍ର ସମ୍ପାଦକ ସୁଧାଂଶୁ ଶେଖର ଶତପଥି, ଦୁର୍ଗା ଚରଣ ଶତପଥି, ପ୍ରଫୁଲ ଶତପଥି, ପ୍ରଶାନ୍ତ ଶତପଥି ଏବଂ ଗ୍ରାମ ଯୁବକ ସଙ୍ଘ ର ସମସ୍ତ ସଭ୍ୟ ଓ ଗ୍ରାମ ବାସି ସହଯୋଗ କରିଥିଲେ ଶେଷରେ ଗ୍ରାମ କମିଟି ପକ୍ଷରୁ ପାଲା ନାଚ ପରିବେଷଣ କରାଯାଇଥିଲା ସେହିପରି ଭାଗିରଥି ପୁର ଗ୍ରାମରେ ବର ପିତା ଭାବେ ସିମାଞ୍ଚଳ ରଥ ଓ କନ୍ୟା ପିତା ଭାବେ ସୁରେନ୍ଦ୍ର ନାଥ ଙ୍କ ସୁପୁତ୍ର ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ ଏହି ବିବାହ କାର୍ଯ୍ୟ ସଂସ୍କୃତ ଶିକ୍ଷକ ସଦାଶିବ ମହାପାତ୍ର ଓ ପ୍ରସନ ରଥ ଙ୍କ ପୌରହିତ ରେ ସମ୍ପାଦନ ହୋଇଥିଲା ଗ୍ରାମ କମିଟି ସଭାପତି ସିମାଞ୍ଚଳ ରଥ ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର ଗ୍ରାମ କମିଟି ତରଫରୁ ନିରଞ୍ଜନ ମିଶ୍ର, ପ୍ରତାପ ମିଶ୍ର, ଭାରତୀ ତ୍ରିପାଠୀ ଓ ଶିକ୍ଷକ ରବିନ୍ଦ୍ର ମିଶ୍ର ପ୍ରମୁଖ ଙ୍କ ସହଯୋଗ ରେ ବିବାହ କାର୍ଯ୍ୟ ସମ୍ପର୍ଣ ହୋଇଥିଲା।

You may have missed