June 21, 2026

ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଭଗବାନ ବେହେରାଙ୍କ ଚଟୁଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଅଚାନକ ଗସ୍ତ

IMG-20241125-WA0008
Share

 

ଏରସମା ତା୨୪/୧୧/୨୪ ଏରସମା , ରବିବାର ଦିନ ୧୨ ଘଟିକା ସମୟରେ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଭଗବାନ ବେହେରା (ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ) ଚଟୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ। ଏରସମା ବ୍ଲକ ବିଇଓ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା, ସି ଆର୍ ସିସି ଶ୍ରୀମତୀ ରାଜଶ୍ରୀ ବେହେରା,ଭାରପାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱପ୍ନା ମହାପାତ୍ର, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏବଂ ପରିଚାଳନା କମିଟିର ସଭାପତି ଦେବଦତ୍ତ ସାହାଣୀ ବୃନ୍ଦଙ୍କ ସହିତ ବିଦ୍ୟାଳୟର ସମସ୍ୟା ନେଇ ଆଲୋଚନା କରିଥିଲେ। ଦୀର୍ଘ ତିନି ଘଣ୍ଟା ଧରି ବିଦ୍ୟାଳୟର ପ୍ରତ୍ୟେକ ଯାଗା ଅନୁଧ୍ୟାନ କରିବା ସହ ଶିକ୍ଷକ ଏବଂ କମିଟିର ସଦସ୍ୟ ମାନଙ୍କଠାରୁ ବିଦ୍ୟାଳୟ ବିଷୟରେ ପଚାରି ବୁଝିଥିଲେ।ଭାରପାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ଠାରୁ କିଛି କାଗଜପତ୍ର ନେବା ସହିତ, ଏରସମା ବ୍ଲକର ଦୁଇ ନମ୍ବର ବିଦ୍ୟାଳୟର ମାନ୍ୟତା ପାଇଥିବା ସତ୍ତ୍ୱେ ଏହାର ବିଶେଷ ଉନ୍ନତି ହୋଇପାରି ନଥିବାରୁ ଏବଂ ବିଦ୍ୟାଳୟର ଶୋଚନୀୟ ଅବସ୍ଥା ଦେଖି କ୍ଷୋଭ ପ୍ରକାଶ କରିଥଲେ।ଆଗକୁ ଚଟୁଆ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ହେବାକୁ ଥିବାରୁ ଏବଂ ବିଦ୍ୟାଳୟର ଶୀଘ୍ର ଉନ୍ନତିକରଣ ପାଇଁ ଯାହା ଯାହା ଆବଶ୍ୟକ ତାର ବେଉରା ପ୍ରଦାନ କରିବା ପାଇଁ ଭାରପାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ଏବଂ ଉନ୍ନତି ପାଇଁ ସବୁପ୍ରକାର ସାହାଯ୍ୟ କରାଯିବ ବୋଲି ଶ୍ରୀଯୁକ୍ତ ବେହେରା ପ୍ରତିଶୃତି ଦେଇଥିଲେ।