କୁଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନୁଷ୍ଠିତ..

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୁଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଜାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତେବେ ଏହି ଅଭିଜାନରେସାରା ଦେଶରେ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜିତ କରାଯାଉଛି। ଏଥିସହିତ ମହିଳା ମାନଙ୍କ ବ୍ଲଡ଼ ପ୍ରେସର୍, ଡ଼ାଇବେଟିସ୍ ଓ କ୍ୟାନ୍ସର ପରି ପରୀକ୍ଷା କରାଯିବା ସହ ବିଭିନ୍ନ ରୋଗର ପରୀକ୍ଷା କରାଯିବ ବୋଲି ଉଲ୍ଲେଖ କରାଯାଇଛି।ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଅଧିକାରିଣୀ ଡ଼.ଚେତନା ପୁରୋହିତ,ମେଡ଼ିସିନ ବିଭାଗ ଡ଼.ଆଶୁତୋଷ ଦାସ,ଶିଶୁ ରୋଗ ବିଶେଷଜ୍ଞ ଡ଼.ବିଶ୍ୱଜିତ୍ ମହାକୁଡ଼.ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ବେଶେଷଜ୍ଞ ଡ଼.ସନ୍ଦୀପ ମିଶ୍ର,ଡ଼.ସତ୍ୟଜିତ ପ୍ରଧାନ,ବିପିଏମ୍ ମନୋଜ୍ କୁମାର ନାୟକ,ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ସନ୍ଧ୍ୟାବତୀ ସାହୁ,ଡ଼.ଦେବାଶିଷ ସାହୁ,ସୁପର ଭାଇଯର୍,ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ମାନେ ଏହି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଜାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
