March 11, 2026

ଗୋଲିଆ ଗାଁରେ ଶ୍ଯାମାକାଳୀ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

IMG-20250925-WA0072
Share

 

ବୁଗୁଡା : ତା ୨୫/୦୯/୨୫ : ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମରେ ପବିତ୍ର ଦୀପାବଳି ଉତ୍ସବ ଅବସରରେ ମା’ ଶ୍ଯାମାକାଳୀଙ୍କ ପୂଜା ଉପଲକ୍ଷେ ତେଲୁଗୁ ସାହି ଅସ୍ଥାୟୀ ପୂଜା ମଣ୍ଡପଠାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲଙ୍ଗଳେଶ୍ୱର ପାଠାଗାର ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ଗୋଦାବରୀଶ ହୋତା ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ ପାଠାଗାର ସଭାପତି ଶିବ ଶଙ୍କର ମହାପାତ୍ର କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପବିତ୍ର ପ୍ରଧାନଙ୍କ ସମେତ ଅନ୍ଯ ସଦସ୍ୟଗଣ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।