March 10, 2026

ନବରଙ୍ଗପୁର ଜିଲ୍ଲାର ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲର ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ…..

IMG-20240925-WA0042
Share

ନବରଙ୍ଗପୁର -(ଏମ୍.ଦିନା°ଶୁ ଆଚାରୀ) ରାଜ୍ୟ ଫୁଟବଲ ସଂଘ ଆନୁକୁଲ୍ୟରେ ସୁନ୍ଦରଗଡ ଠାରେ ଚାଲିଥିବା ଆନ୍ତ ଜିଲ୍ଲା ସାହାଣୀ କପର ନିଜର ପ୍ରାରମ୍ଭିକ ମ୍ୟାଚରେ ନବରଙ୍ଗପୁର ଜିଲ୍ଲା ଦଳ ଦମଦାର ପ୍ରଦର୍ଶନ କରିଛନ୍ତି । ନିଜର ପ୍ରଥମ ମ୍ୟାଚରେ ଗଜପତି ଜିଲା ଦଳ ସହ ଖେଳି ଏକତରଫା ଭାବେ ୧୦ ଗୋଟି ଗୋଲ ଦେଇ ବିଜଯ ହାସଲ କରିଛନ୍ତି। ନବରଙ୍ଗପୁର ଦଳ ପକ୍ଷରୁ ମିଥୁନ ସାନ୍ତା ୫ଗୋଟି ଗୋଲ ମାରିଥିବା ବେଳେ ରହିତ ଗଦବା ୨ଟି, ଜଗବନ୍ଧୁ ସାନ୍ତା ୨ଟି ଏବଂ ପ୍ରେମ ପିୟୁଷ ବାଘ ଗୋଟାଏ ଗୋଲ ମାରିଛନ୍ତି । ନବରଙ୍ଗପୁର ଦଳ ପକ୍ଷରୁ ୫ଗୋଟି ଗୋଲ ମାରିଥିବା ମିଥୁନ ସାନ୍ତାଙ୍କୁ ଶ୍ରେଷ୍ଟ ଖେଳାଳି ଭାବରେ ବିବେଚନା କରାଯାଇଥିଲା ଏବଂ ଏଇ ବାବଦରେ ୨୦୦୦ ଟଙ୍କା ର ପୁରସ୍କାର ରାଶି ଦିଆଯାଇଛି । ଏହି ସଫଳତା ପାଇବା ପରେ ନବରଙ୍ଗପୁର ଜିଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ,ଉପ ସଭାପତି ଏମ. ବାଲାକ୍ରୀଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଇଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ.ଚନ୍ଦନା ମଲ୍ଲିକ, ଭଲିବଲ ସମ୍ପାଦକ ଶ୍ରୀ ବୋଇକୁଣ୍ଠ, ସଂଘର ବରିଷ୍ଠ ସଭ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ଶୁବେଛା ଜଣାଇଛନ୍ତି ଏ ସମସ୍ତ ସୂଚନା ଦଳ ସହ କୋଚ ଭାବରେ ଯାଇଥିବା ଦୁର୍ଜ୍ୟ ହରିଜନ ଦେଇଛନ୍ତି । ଆସନ୍ତା ୨୭ ତାରିଖରେ ସୁନ୍ଦରଗଡ ଦଳ ସହ ପରବର୍ତୀ ମ୍ୟାଚ ହେବ ବୋଲି ସୂଚନା ମିଳିଛି ।