March 12, 2026

ନବରଙ୍ଗପୁରରେ ଆଇସେଟ୍ ସଂସ୍ଥା ଦ୍ଵାରା କୌଶଳ ବିକାଶ ଯାତ୍ରା ଅନୁଷ୍ଠିତ……….               

IMG-20240925-WA0041
Share

 

ନବରଙ୍ଗପୁର :-(ଏମ୍.ଦିନା°ଶୁ ଆଚାରୀ) ସ୍ଥାନୀୟ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ କୌଶଳ ବିକାଶ ଯାତ୍ରା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । କୌଶଳ ବିକାଶ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଗତ ୪୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ଆଇସେଟ୍ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଶିକ୍ଷାନୀତି ପ୍ରତି ଆଗ୍ରହ ଏବଂ ଭବିଷ୍ଯତ କାର୍ଯପନ୍ଥା ଚୟନ ଉଦେଶ୍ୟରେ ଦେଶବ୍ୟାପୀ କୌଶଳ ବିକାଶ ଯାତ୍ରା ରଥ ବୁଧବାର ନବରଙ୍ଗପୁର ସହରରେ ପହଞ୍ଚି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ଯକ୍ରମରେ ବିଦ୍ୟାର୍ଥୀ ମାନଙ୍କୁ କୌଶଳ ବିକାଶର ମହତ୍ତ୍ବ ଉପରେ ଆଲୋକପାତ କରିବା ସହିତ କମ୍ପାନୀର ସମସ୍ତ ସେବା ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । ସର୍ବ ପ୍ରଥମେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ବେହେରା ନିଜ ବକ୍ତବ୍ୟରେ ବିଭିନ୍ନ ବିଭାଗରେ ଦକ୍ଷତା ଲାଭ କଲେ ଆଗାମୀ ଭବିଷ୍ଯତ ଉଜ୍ଜ୍ବଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ସେହିପରି ମହାବିଦ୍ୟାଳୟର ଏନ.ଏସ.ଏସ.ର ପ୍ରଗ୍ରାମ ଅଫିସର ରଞ୍ଜୁଲତା କଅଁର ନିଜ ବକ୍ତବ୍ୟରେ ଯେ କୌଣସି ବିଷୟରେ ଛାତ୍ର ଛାତ୍ରୀ ଦକ୍ଷତା ଅର୍ଜନ କରନ୍ତି ଆଗାମୀ ଦିନରେ ଭବିଷ୍ଯତ ଉଜ୍ଜ୍ବଳ ହେବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଆଇସେଟ୍ ଓଡ଼ିଶାର ରାଜ୍ୟ ପ୍ରଜେକ୍ଟ ମ୍ୟାନେଜର ଅରୁଣ କୁମାର ସାହୁ, ପ୍ଲେସମେଣ୍ଟ ଅଫିସର ବିଶ୍ବରଞ୍ଜନ ବେହେରା ,ଷ୍ଟେଟ ମବି ଲାଇଜର ଅଂଶୁମାନ ସାହୁ ଓ ଜିଲ୍ଲା ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଏବଂ ପ୍ରଦୀପ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ସେବା ବିଷୟରେ ଆଲୋକପାତ କରିବା ସହିତ ପାଠ ସହ ବିଭିନ୍ନ ବିଭାଗରେ ଦକ୍ଷତା ହାସଲ କରିପାରିଲେ ଆଗାମୀ ଦିନରେ ନିଜ ପାଇଁ ପଥ ସୁଗମ ହୋଇପାରିବ ମତବ୍ୟକ୍ତ କରିଥିଲେ ।