September 29, 2024

ପ୍ରଫୁଲ୍ଲ ପଣ୍ଡାଙ୍କ ପରିବାରଙ୍କୁ ଭେଟିଲେ ବିଶିଷ୍ଟ କୃଷି ବୈଜ୍ଞାନିକ _ ଡକ୍ଟର ଦାମୋଦର ପରିଡ଼ା 

Share

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ହୃଦ୍ ରୋଗରେ ଆକ୍ରାନ୍ତ ଥିବା ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡା ଙ୍କୁ ବିଶିଷ୍ଟ କୃଷି ବୈଜ୍ଞାନିକ ଡଃ ଦାମୋଦର ପରିଡ଼ା ତାଙ୍କ ମୋଦୀପଡ଼ା ବାସ ଭବନ ରେ ସାକ୍ଷାତ କରି ତାଙ୍କ ତାଙ୍କ ସ୍ବାସ୍ଥ୍ୟ ର ଆଶୁ ଆରୋଗ୍ୟ କାମନା କରି ଛନ୍ତି।

ପ୍ରଫୁଲ୍ଲ ଙ୍କୁ ଏହି ସାକ୍ଷାତ୍ କାର ରେ ଡକ୍ଟର ଦାମୋଦର ପରିଡ଼ା _ଖରାପ ସମୟ ର ସ୍ଥାୟୀତ୍ବ ବେଶୀ ଦିନ ନୁହେଁ, କିନ୍ତୁ ଧର୍ଯ୍ୟର ସହ ଏହି ସମୟ ସହିତ ଲଢ଼ି ପାରିଲେ ହିଁ ଜଣେ ଆଗକୁ ବଢ଼ି ପାରେ। ବିଚଳିତ ହେବା ହିଁ ଏହି ସମୟ ରେ ପରାଜୟ ର କାରଣ ବୋଲି ସେ ପ୍ରଫୁଲ୍ଲ ଙ୍କୁ ବୁଝାଇ ସହାନୁଭୂତି ପ୍ରଦର୍ଶନ କରି ଥିଲେ। ପରିବାର ସହ ମିଶି ଥିଲେ।

ଏହି ସାକ୍ଷାତ୍ ବେଳେ କୃଷି ବୈଜ୍ଞାନିକ ଡଃ ପରିଡ଼ା ସେ ସମୟ ର ପ୍ରଫୁଲ୍ଲ ଙ୍କ ର ତାଙ୍କ କୃଷି ଭିତ୍ତିକ ଧାରାବାହିକ ପ୍ରସାରଣ ଓ କୃଷି ସାମ୍ବାଦିକତା ର ଭୂୟସୀ ପ୍ରଶଂସା କରିଥିଲେ ଅନେକ କଥା ମନେ ପକେଇ ଦେଇ ଥିଲେ।

ପ୍ରଫୁଲ୍ଲ ଶରୀର ଅସୁସ୍ଥ ଆଗରୁ ହରପ୍ରିୟା ପରିଡ଼ା ଙ୍କ ପ୍ରଯୋଜିତ ଆଗ୍ରୋ କନସଲଟାନସି ମିଡିଆ, ଭୁବନେଶ୍ୱର ରେ ଲୋକ ସଂପର୍କ ଅଧିକାରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ଗୁରୁ ଦାୟିତ୍ବ ତୁଲାଇ ଥିଲେ। ଏହି ମିଡିଆ ରେ ଅନେକ କୃଷି ବୈଜ୍ଞାନିକ ସାମିଲ ଥିଲେ। କୃଷି ବୈଜ୍ଞାନିକ ଡଃ ପରିଡ଼ା ଙ୍କ କାହାଣୀ, ନିର୍ଦ୍ଦେଶନା ରେ ଭୁବନେଶ୍ଵର ଦୂରଦର୍ଶନ କେନ୍ଦ୍ର ରେ ୧୧୫୪ଅଧ୍ୟାୟ କୃଷି ଭିତ୍ତିକ ଧାରାବାହିକ ପ୍ରତି ଗୁରୁବାର ସନ୍ଧ୍ୟା ରେ କୃଷି ଦୁନିଆ, କୃଷକ ମେଳା, ସବୁଜ ଚାଷୀ, ଶୀର୍ଷକ ରେ ଅଧ ଘଣ୍ଟା ପାଈଁ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାବେ ପ୍ରସାରଣ ହୋଇ ଥିଲା। ଶ୍ରୀ ପରିଡ଼ା ଙ୍କ ନିର୍ଦ୍ଦେଶନା ରେ ପ୍ରସାରିତ ଏହି କୃଷି ଭିତ୍ତିକ ଧାରାବାହିକ ଟେଲିଭିଜନ ଇତିହାସ ରେ ସବୁ ଠାରୁ ବଡ଼ ଧାରାବାହିକ ଭାବରେ ସ୍ବୀକୃତି ପାଇଥିଲା। ପ୍ରସାର ଭାରତୀ ମନ୍ତ୍ରଣାଳୟ, କୃଷି ବିଭାଗ, ଦୂରଦର୍ଶନ ଦର୍ଶକ ଅନୁସଂଧାନ ୟୁନିଟ ଏହି କୃଷି ଭିତ୍ତିକ ଧାରାବାହିକ କୁ ପ୍ରଶଂସା କରିଥିଲେ। ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ସେ ସମୟ ର କୃଷି କମିଶନର ବିଜୟ ପଟ୍ଟନାୟକ, ମଧ୍ଯ କୃଷି ବୈଜ୍ଞାନିକ ଡଃ ପରିଡ଼ା ଙ୍କ ଏହି ପଦ କ୍ଷେପ କୁ ସାବାସୀ ଦେଇ ପ୍ରେରଣା ପ୍ରଦାନ କରି ଥିଲେ।

ଓଡ଼ିଶା କୃଷି ବିଶ୍ଵ ବିଦ୍ୟାଳୟ ରେ ସେ ତାଙ୍କ ଗବେଷଣା, ଅଧ୍ୟାପନା ଚାକିରୀ ରେ ବେଶ୍ ସୁପରିଚିତଓ ଶ୍ରଦ୍ଧା ର ନାମ ଟିଏ। ଓଡିଶାରେ ତାଙ୍କ କୃଷି ସାମ୍ବାଦିକତା ର ସ୍ୱର ଦିଶା ଦେଖାଇଛି। ତାଙ୍କର ଅନେକ କୃଷି ଛାତ୍ର ଛାତ୍ରୀ ତାଙ୍କ୍ ଠାରୁ ପ୍ରେରଣା ପାଇ ଆଜି ଶୀର୍ଷ ପଦପଦବୀ ରେ। ଡକ୍ଟର ଅରବିନ୍ଦ ପାଢୀ (ଆଇ. ଏ. ଏସ.), ଅସିତ୍ ପାଣଗ୍ରାହୀ(ଆଇ. ପି. ଏସ.), ବର୍ତ୍ତମାନ ର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଭଳି ଅନେକ କୃଷି ଛାତ୍ର ଛାତ୍ରୀ ମଲ୍ଲି ଫୁଲ ପରି ମହକି ଉଠି ଛନ୍ତି। ଡକ୍ଟର ପରିଡ଼ା ଯଦିଓ ଚାକିରୀ ରୁ ଅବସର ଗ୍ରହଣ କଲେଣି ତଥାପି ସେ ଓଡ଼ିଶା କୃଷି ଶିଳ୍ପ ପାଈଁ ଚଞ୍ଚଳ। ସେ ମାଗଣା ରେ କୃଷି ଛାତ୍ର ଛାତ୍ରୀ ଙ୍କୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ରେ ଥିବା ପରୀକ୍ଷାର୍ଥୀ ଙ୍କୁ ପାଠ ପଢ଼ାଇ ଥାଆନ୍ତି। ଓ ଏ ଏସ, ଆଇ ଏ ଏସ ପରୀକ୍ଷାରେ ତାଙ୍କ୍ ଗାଇଡ ଲାଇନ ରେ ଶହ ଶହ ଛାତ୍ର ଛାତ୍ରୀ ଆଜି ଶୀର୍ଷ ପଦପଦବୀ ରେ। ତାଙ୍କର ଲିଖିତ ଅନେକ ପୁସ୍ତକ ଭାରତୀୟ ପ୍ରଶାସନିକ ସେବା ପ୍ରସ୍ତୁତ ଛାତ୍ର ଛାତ୍ରୀ ଙ୍କୁ ସଫଳତା ର ସୁନ୍ଦର୍ ରାସ୍ତା ଦେଖାଇଛି। ସେ ୫୦ରୁ ଉର୍ଦ୍ଧ୍ବ ଉପାଦେୟ ପୁସ୍ତକ ର ସ୍ରଷ୍ଟା। ତାଙ୍କ୍ ରଚିତ ପୁସ୍ତକ ଷ୍ଟେଟ ଏଗ୍ରିକଲଚର ପଲିସି,ରୋଲ ଅଫ ଓୟୁଏଟି , ଓୟୁଏଟି ଏଟ ଦି ସେର୍ଭିସ ଅଫ ଦି ଫାର୍ମେର୍ସ , କୋର୍ଷ ମେଟେରିଆଲ ଫର ସିଭିଲ ସର୍ଭିସ ଏକ୍ଜାମ ବେଶ ଜନାଦୃତ। ତାଙ୍କର ଅନେକ ଗୁଡ଼ିଏ ପୁସ୍ତକ ଓଡ଼ିଶା ଶିକ୍ଷାବିକାଶ ସମିତି ପରିଚାଳିତ ବିଦ୍ୟାଳୟ ରେ ପାଠ୍ୟକ୍ରମ ରେ ସାମିଲ ହୋଇଛି। କୃଷି ଉପରେ ସେ ଅନେକ ଟେଲି ଫିଲ୍ମ୍, ୨୦ରୁ ବେଶୀ କୃଷି ଡକ୍ୟୁମେଣ୍ଟ ରି , ନାଗାର୍ଜୁନ ୟୁରିଆ, ହୋଣ୍ଡା ପମ୍ପ, ଇଫକୋ ସାର୍, ନବରତ୍ନ ଆଦି ଉପରେ ଟେଲି ବିଜ୍ଞାପନ ପ୍ରସ୍ତୁତ କରି ବେଶ୍ ସୁପରିଚିତ। ଓଡ଼ିଶା ର ସବୁ ନାମୀ ଦାମୀ ଫିଲ୍ମ୍ କଳାକାର ଏହି ସବୁରେ ଅଭିନୟ କରି ଛନ୍ତି। ଦୂରଦର୍ଶନ ରେ ତାଙ୍କର ୧୦୪ଅଧ୍ୟାୟ ବିଶିଷ୍ଟ ଶିରିଡ଼ି ସାଇ ବାବା ଧାରାବାହିକ ପ୍ରସାରଣ ରେ ଲକ୍ଷ ଲକ୍ଷ ସାଇ ଭକ୍ତ ଅନୁପ୍ରାଣିତ। ପ୍ରଫୁଲ୍ଲ ଏ ସବୁ ଟିମ୍ ୱର୍କ ରେ ସାମିଲ ଥିଲେ।

ପ୍ରଫୁଲ୍ଲ କୃଷି ବୈଜ୍ଞାନିକ ଡଃ ପରିଡ଼ା ଙ୍କୁ ସାକ୍ଷାତ୍କାର କରି ନିଜର ଖୁସୀ ଜାହିର କରିବା ସହ ଏଗ୍ରୋ କନ୍ସଲାଟାନ୍ସୀ ମିଡ଼ିଆ କୁ ପୁନଃ ଚାଲୁ କରି ଓଡ଼ିଶା କୃଷି ଶିଳ୍ପ କୁ ସଶକ୍ତ କରିବା ପାଇଁ ଅନୁରୋଧ କରିଥିଲେ। ଡକ୍ଟର ପରିଡ଼ା ଙ୍କ ବହୁ ଦିନ ଆଗରୁ ବିଭିନ୍ନ ଖବର କାଗଜରେ ପ୍ରକାଶିତ ୧୫୦ରୁ ଉର୍ଦ୍ଧ୍ବ କୃଷି ପ୍ରବନ୍ଧ ରଚନା ର ପାଠକୀୟ ଶ୍ରଦ୍ଧା ଦେଈ ଥିଲେ ଏହି ସାକ୍ଷାତ୍ ସମୟରେ ।ପ୍ରଫୁଲ୍ଲ ପଣ୍ଡାଙ୍କ ପରିବାର ଙ୍କୁ ଭେଟିଲେ ବିଶିଷ୍ଟ କୃଷି ବୈଜ୍ଞାନିକ _ ଡକ୍ଟର ଦାମୋଦର ପରିଡ଼ା

 

ସମ୍ବଲପୁର, ତା.୨୫. ୦୯(ଆନିସ): ହୃଦ୍ ରୋଗରେ ଆକ୍ରାନ୍ତ ଥିବା ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡା ଙ୍କୁ ବିଶିଷ୍ଟ କୃଷି ବୈଜ୍ଞାନିକ ଡଃ ଦାମୋଦର ପରିଡ଼ା ତାଙ୍କ ମୋଦୀପଡ଼ା ବାସ ଭବନ ରେ ସାକ୍ଷାତ କରି ତାଙ୍କ ତାଙ୍କ ସ୍ବାସ୍ଥ୍ୟ ର ଆଶୁ ଆରୋଗ୍ୟ କାମନା କରି ଛନ୍ତି।

ପ୍ରଫୁଲ୍ଲ ଙ୍କୁ ଏହି ସାକ୍ଷାତ୍ କାର ରେ ଡକ୍ଟର ଦାମୋଦର ପରିଡ଼ା _ଖରାପ ସମୟ ର ସ୍ଥାୟୀତ୍ବ ବେଶୀ ଦିନ ନୁହେଁ, କିନ୍ତୁ ଧର୍ଯ୍ୟର ସହ ଏହି ସମୟ ସହିତ ଲଢ଼ି ପାରିଲେ ହିଁ ଜଣେ ଆଗକୁ ବଢ଼ି ପାରେ। ବିଚଳିତ ହେବା ହିଁ ଏହି ସମୟ ରେ ପରାଜୟ ର କାରଣ ବୋଲି ସେ ପ୍ରଫୁଲ୍ଲ ଙ୍କୁ ବୁଝାଇ ସହାନୁଭୂତି ପ୍ରଦର୍ଶନ କରି ଥିଲେ। ପରିବାର ସହ ମିଶି ଥିଲେ।

ଏହି ସାକ୍ଷାତ୍ ବେଳେ କୃଷି ବୈଜ୍ଞାନିକ ଡଃ ପରିଡ଼ା ସେ ସମୟ ର ପ୍ରଫୁଲ୍ଲ ଙ୍କ ର ତାଙ୍କ କୃଷି ଭିତ୍ତିକ ଧାରାବାହିକ ପ୍ରସାରଣ ଓ କୃଷି ସାମ୍ବାଦିକତା ର ଭୂୟସୀ ପ୍ରଶଂସା କରିଥିଲେ ଅନେକ କଥା ମନେ ପକେଇ ଦେଇ ଥିଲେ।

ପ୍ରଫୁଲ୍ଲ ଶରୀର ଅସୁସ୍ଥ ଆଗରୁ ହରପ୍ରିୟା ପରିଡ଼ା ଙ୍କ ପ୍ରଯୋଜିତ ଆଗ୍ରୋ କନସଲଟାନସି ମିଡିଆ, ଭୁବନେଶ୍ୱର ରେ ଲୋକ ସଂପର୍କ ଅଧିକାରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ଗୁରୁ ଦାୟିତ୍ବ ତୁଲାଇ ଥିଲେ। ଏହି ମିଡିଆ ରେ ଅନେକ କୃଷି ବୈଜ୍ଞାନିକ ସାମିଲ ଥିଲେ। କୃଷି ବୈଜ୍ଞାନିକ ଡଃ ପରିଡ଼ା ଙ୍କ କାହାଣୀ, ନିର୍ଦ୍ଦେଶନା ରେ ଭୁବନେଶ୍ଵର ଦୂରଦର୍ଶନ କେନ୍ଦ୍ର ରେ ୧୧୫୪ଅଧ୍ୟାୟ କୃଷି ଭିତ୍ତିକ ଧାରାବାହିକ ପ୍ରତି ଗୁରୁବାର ସନ୍ଧ୍ୟା ରେ କୃଷି ଦୁନିଆ, କୃଷକ ମେଳା, ସବୁଜ ଚାଷୀ, ଶୀର୍ଷକ ରେ ଅଧ ଘଣ୍ଟା ପାଈଁ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାବେ ପ୍ରସାରଣ ହୋଇ ଥିଲା। ଶ୍ରୀ ପରିଡ଼ା ଙ୍କ ନିର୍ଦ୍ଦେଶନା ରେ ପ୍ରସାରିତ ଏହି କୃଷି ଭିତ୍ତିକ ଧାରାବାହିକ ଟେଲିଭିଜନ ଇତିହାସ ରେ ସବୁ ଠାରୁ ବଡ଼ ଧାରାବାହିକ ଭାବରେ ସ୍ବୀକୃତି ପାଇଥିଲା। ପ୍ରସାର ଭାରତୀ ମନ୍ତ୍ରଣାଳୟ, କୃଷି ବିଭାଗ, ଦୂରଦର୍ଶନ ଦର୍ଶକ ଅନୁସଂଧାନ ୟୁନିଟ ଏହି କୃଷି ଭିତ୍ତିକ ଧାରାବାହିକ କୁ ପ୍ରଶଂସା କରିଥିଲେ। ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ସେ ସମୟ ର କୃଷି କମିଶନର ବିଜୟ ପଟ୍ଟନାୟକ, ମଧ୍ଯ କୃଷି ବୈଜ୍ଞାନିକ ଡଃ ପରିଡ଼ା ଙ୍କ ଏହି ପଦ କ୍ଷେପ କୁ ସାବାସୀ ଦେଇ ପ୍ରେରଣା ପ୍ରଦାନ କରି ଥିଲେ।

ଓଡ଼ିଶା କୃଷି ବିଶ୍ଵ ବିଦ୍ୟାଳୟ ରେ ସେ ତାଙ୍କ ଗବେଷଣା, ଅଧ୍ୟାପନା ଚାକିରୀ ରେ ବେଶ୍ ସୁପରିଚିତଓ ଶ୍ରଦ୍ଧା ର ନାମ ଟିଏ। ଓଡିଶାରେ ତାଙ୍କ କୃଷି ସାମ୍ବାଦିକତା ର ସ୍ୱର ଦିଶା ଦେଖାଇଛି। ତାଙ୍କର ଅନେକ କୃଷି ଛାତ୍ର ଛାତ୍ରୀ ତାଙ୍କ୍ ଠାରୁ ପ୍ରେରଣା ପାଇ ଆଜି ଶୀର୍ଷ ପଦପଦବୀ ରେ। ଡକ୍ଟର ଅରବିନ୍ଦ ପାଢୀ (ଆଇ. ଏ. ଏସ.), ଅସିତ୍ ପାଣଗ୍ରାହୀ(ଆଇ. ପି. ଏସ.), ବର୍ତ୍ତମାନ ର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଭଳି ଅନେକ କୃଷି ଛାତ୍ର ଛାତ୍ରୀ ମଲ୍ଲି ଫୁଲ ପରି ମହକି ଉଠି ଛନ୍ତି। ଡକ୍ଟର ପରିଡ଼ା ଯଦିଓ ଚାକିରୀ ରୁ ଅବସର ଗ୍ରହଣ କଲେଣି ତଥାପି ସେ ଓଡ଼ିଶା କୃଷି ଶିଳ୍ପ ପାଈଁ ଚଞ୍ଚଳ। ସେ ମାଗଣା ରେ କୃଷି ଛାତ୍ର ଛାତ୍ରୀ ଙ୍କୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ରେ ଥିବା ପରୀକ୍ଷାର୍ଥୀ ଙ୍କୁ ପାଠ ପଢ଼ାଇ ଥାଆନ୍ତି। ଓ ଏ ଏସ, ଆଇ ଏ ଏସ ପରୀକ୍ଷାରେ ତାଙ୍କ୍ ଗାଇଡ ଲାଇନ ରେ ଶହ ଶହ ଛାତ୍ର ଛାତ୍ରୀ ଆଜି ଶୀର୍ଷ ପଦପଦବୀ ରେ। ତାଙ୍କର ଲିଖିତ ଅନେକ ପୁସ୍ତକ ଭାରତୀୟ ପ୍ରଶାସନିକ ସେବା ପ୍ରସ୍ତୁତ ଛାତ୍ର ଛାତ୍ରୀ ଙ୍କୁ ସଫଳତା ର ସୁନ୍ଦର୍ ରାସ୍ତା ଦେଖାଇଛି। ସେ ୫୦ରୁ ଉର୍ଦ୍ଧ୍ବ ଉପାଦେୟ ପୁସ୍ତକ ର ସ୍ରଷ୍ଟା। ତାଙ୍କ୍ ରଚିତ ପୁସ୍ତକ ଷ୍ଟେଟ ଏଗ୍ରିକଲଚର ପଲିସି,ରୋଲ ଅଫ ଓୟୁଏଟି , ଓୟୁଏଟି ଏଟ ଦି ସେର୍ଭିସ ଅଫ ଦି ଫାର୍ମେର୍ସ , କୋର୍ଷ ମେଟେରିଆଲ ଫର ସିଭିଲ ସର୍ଭିସ ଏକ୍ଜାମ ବେଶ ଜନାଦୃତ। ତାଙ୍କର ଅନେକ ଗୁଡ଼ିଏ ପୁସ୍ତକ ଓଡ଼ିଶା ଶିକ୍ଷାବିକାଶ ସମିତି ପରିଚାଳିତ ବିଦ୍ୟାଳୟ ରେ ପାଠ୍ୟକ୍ରମ ରେ ସାମିଲ ହୋଇଛି। କୃଷି ଉପରେ ସେ ଅନେକ ଟେଲି ଫିଲ୍ମ୍, ୨୦ରୁ ବେଶୀ କୃଷି ଡକ୍ୟୁମେଣ୍ଟ ରି , ନାଗାର୍ଜୁନ ୟୁରିଆ, ହୋଣ୍ଡା ପମ୍ପ, ଇଫକୋ ସାର୍, ନବରତ୍ନ ଆଦି ଉପରେ ଟେଲି ବିଜ୍ଞାପନ ପ୍ରସ୍ତୁତ କରି ବେଶ୍ ସୁପରିଚିତ। ଓଡ଼ିଶା ର ସବୁ ନାମୀ ଦାମୀ ଫିଲ୍ମ୍ କଳାକାର ଏହି ସବୁରେ ଅଭିନୟ କରି ଛନ୍ତି। ଦୂରଦର୍ଶନ ରେ ତାଙ୍କର ୧୦୪ଅଧ୍ୟାୟ ବିଶିଷ୍ଟ ଶିରିଡ଼ି ସାଇ ବାବା ଧାରାବାହିକ ପ୍ରସାରଣ ରେ ଲକ୍ଷ ଲକ୍ଷ ସାଇ ଭକ୍ତ ଅନୁପ୍ରାଣିତ। ପ୍ରଫୁଲ୍ଲ ଏ ସବୁ ଟିମ୍ ୱର୍କ ରେ ସାମିଲ ଥିଲେ।

ପ୍ରଫୁଲ୍ଲ କୃଷି ବୈଜ୍ଞାନିକ ଡଃ ପରିଡ଼ା ଙ୍କୁ ସାକ୍ଷାତ୍କାର କରି ନିଜର ଖୁସୀ ଜାହିର କରିବା ସହ ଏଗ୍ରୋ କନ୍ସଲାଟାନ୍ସୀ ମିଡ଼ିଆ କୁ ପୁନଃ ଚାଲୁ କରି ଓଡ଼ିଶା କୃଷି ଶିଳ୍ପ କୁ ସଶକ୍ତ କରିବା ପାଇଁ ଅନୁରୋଧ କରିଥିଲେ। ଡକ୍ଟର ପରିଡ଼ା ଙ୍କ ବହୁ ଦିନ ଆଗରୁ ବିଭିନ୍ନ ଖବର କାଗଜରେ ପ୍ରକାଶିତ ୧୫୦ରୁ ଉର୍ଦ୍ଧ୍ବ କୃଷି ପ୍ରବନ୍ଧ ରଚନା ର ପାଠକୀୟ ଶ୍ରଦ୍ଧା ଦେଈ ଥିଲେ ଏହି ସାକ୍ଷାତ୍ ସମୟରେ ।