ଚାଷୀଙ୍କୁ ସାର ଯୋଗାଇବାରେ ରାଜ୍ୟ ସରକାର ବିଫଳ କଳା ବଜାରୀ ରୋକିବାକୁ ଋଷିକୂଲ୍ୟା ରୟତ ମହାସଭାର ଦାବି
ବ୍ରହ୍ମପୁର(ନୁରୁଲ୍ ମଲ୍ଲିକ)ପିଡିଆ ସାରର ଅଭାବ ଯୋଗୁଁ ଦୁଇଗୁଣା ଅଧିକ ଦରରେ ବିକ୍ରି ହେଉଥିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ବର୍ତ୍ତମାନ ଜିଲ୍ଲାରେ ସବୁଆଡେ ଧାନ ରୁଆ ଚାଲିଛି ତେଣୁ ପିଡିଆ ସାର ସବୁ ଚାଷୀଙ୍କୁ କମିରେ ପ୍ରୟୋଗ କରିବାକୁ ପଡ଼ୁଛି,ମାତ୍ର ସାରର ଅଭାବ ଦେଖାଦେଇଛି। ସୋସାଇଟି ପାଖରେ ସାର ନାହିଁ ଡିଲର ମାନେ ଅଧିକ ଦର ରେ କିଣି ଦୁଇ ଗୁଣରେ ବିକୁଛନ୍ତି।ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାର ମିଳୁ ନଥୁବାରୁ ୟୁରିଆ ସାର ୭୦୦ ଟଙ୍କାରେ ବିକୁଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି।ସେହିପରି ଛତ୍ରପୁର ବ୍ଲକରେ ମଧ୍ୟ ୫୨୦ ଟଙ୍କାରେ ବିକ୍ରି ହେଉଛି ବୋଲି ଚାଷୀନେତା ନରେନ୍ଦ୍ର ପଢିଆରି ଓ ମୋହନ ବେହେରା ଅଭିଯୋଗ କରିଛନ୍ତି।ଖଲିକୋଟ ବ୍ଳକରେ ମଧ୍ୟ ଏପରି କଳା ବଜାରୀ ଚାଲିଛି ବୋଲି ହଜାରୀ ଗୌଡ ଓ ରାମମୋହନ ପଣ୍ଡା କହିଛନ୍ତି।ସାରର ସବୁ ଆଡେ ଚଢ଼ା ଦରରେ ବିକ୍ରିକୁ ରୋକିବା ସହ କୃଷି ବିଭାଗ ଯାଞ୍ଚ କରିବାର ଆବଶ୍ୟକତା ରହିଛି।ସରକାର ଚାଷୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସାର ଯୋଗାଣ କଲେ ଚାଷୀ ଉପକୃତ ହେବେ।ଖାଲି କାଗଜ ପତ୍ରରେ ଦର୍ଶାଯାଉଥିଲେ ମଧ୍ୟ ରାଜ୍ୟ ସରକାର ସାର ଯୋଗାଇବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।ପ୍ରକୃତରେ ସମସ୍ତ ଚାଷୀ ମାନେ ପିଡିଆ ସାର ପାଇ ପାରୁ ନାହାନ୍ତି।ଏହା ଯୋଗୁଁ ଚାଷୀ କୂଳ ବହୁ ଅସୁବିଧାର ଦାବି ସମ୍ମୁଖୀନ ହେଉଛନ୍ତି।ପ୍ରତି ବର୍ଷ ସାରର ସମସ୍ୟା ରହୁଥିବାରୁ ବଷୀମାନେ ଖତ ଓ ସାର ବ୍ୟବହାର କଲେ ରାସାୟନିକ ସାର କମ୍ ଦରକାର ହେବ।ଏଣୁ କୃଷି କର୍ମଚାରୀ ଚାଷୀକୁ ଅଧିକ ଖତ ସାର ଦେବାକୁ ସଚେତନତା କରାଇଲେ ଜମିର ଉର୍ବର ବଢିବ ବୋଲି ଋଷିକୁଲ୍ୟା ରୟତ ମହାସଭାର ଉପଦେଷ୍ଟା ରବି ରଥ ଓ ସମ୍ପାଦକ ସିମାଞ୍ଚଳ ନାହାକ କହିଛନ୍ତି।ସରକାର ଜୈବିକ ଚାଷ କୁ ଗୁରୁତ୍ବ ଦେଲେ ଏ ସମସ୍ୟା ରହିବ ନାହିଁ ବୋଲି ମଧ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।
