ଚାଷୀଙ୍କୁ ସାର ଯୋଗାଇବାରେ ରାଜ୍ୟ ସରକାର ବିଫଳ କଳା ବଜାରୀ ରୋକିବାକୁ ଋଷିକୂଲ୍ୟା ରୟତ ମହାସଭାର ଦାବି
ବ୍ରହ୍ମପୁର, 25/8: ପିଡିଆ ସାରର ଅଭାବ ଯୋଗୁଁ ଦୁଇଗୁଣା ଅଧିକ ଦରରେ ବିକ୍ରି ହେଉଥିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ସବୁଆଡେ ଧାନ ରୁଆ ଚାଲିଛି ତେଣୁ ପିଡିଆ ସାର ସବୁ ଚାଷୀଙ୍କୁ କମିରେ ପ୍ରୟୋଗ କରିବାକୁ ପଡ଼ୁଛି, ମାତ୍ର ସାରର ଅଭାବ ଦେଖାଦେଇଛି । ସୋସାଇଟି ପାଖରେ ସାର ନାହିଁ ଡିଲର ମାନେ ଅଧିକ ଦର ରେ କିଣି ଦୁଇ ଗୁଣରେ ବିକୁଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାର ମିଳୁ ନଥୁବାରୁ ୟୁରିଆ ସାର 700 ଟଙ୍କାରେ ବିକୁଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସେହିପରି ଛତ୍ରପୁର ବ୍ଲକରେ ମଧ୍ୟ 520ଟଙ୍କାରେ ବିକ୍ରି ହେଉଛି ବୋଲି ଚାଷୀନେତା ନରେନ୍ଦ୍ର ପଢିଆରି ଓ ମୋହନ ବେହେରା ଅଭିଯୋଗ କରିଛନ୍ତି । ଖଲିକୋଟ ବ୍ଳକରେ ମଧ୍ୟ ଏପରି କଳା ବଜାରୀ ଚାଲିଛି ବୋଲି ହଜାରୀ ଗୌଡ ଓ ରାମମୋହନ ପଣ୍ଡା କହିଛନ୍ତି । ସାରର ସବୁ ଆଡେ ବୁଢା ଦରରେ ବିକ୍ରିକୁ ରୋକିବା ସହ କୃଷି ବିଭାଗ ଯାଞ୍ଚ କରିବାର ଆବଶ୍ୟକତା ରହିଛି । ସରକାର ଚାଷୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସାର ଯୋଗାଣ କଲେ ଚାଷୀ ଉପକୃତ ହେବେ । ଖାଲି କାଗଜ ପତ୍ରରେ ଦର୍ଶାଯାଉଥିଲେ ମଧ୍ୟ ରାଜ୍ୟ ସରକାର ସାର ଯୋଗାଇବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ପ୍ରକୃତରେ ସମସ୍ତ ଚାଷୀ ମାନେ ପିଡିଆ ସାର ପାଇ ପାରୁ ନାହାନ୍ତି । ଏହା ଯୋଗୁଁ ଚାଷୀ କୂଳ ବହୁ ଅସୁବିଧାର ଦାବି ସମ୍ମୁଖୀନ ହେଉଛନ୍ତି । ପ୍ରତି ବର୍ଷ ସାରର ସମସ୍ୟା ରହୁଥିବାରୁ ବଷୀମାନେ ଖତ ଓ ସାର ବ୍ୟବହାର କଲେ ରାସାୟନିକ ସାର କମ୍ ଦରକାର ହେବ । ଏଣୁ କୃଷି କର୍ମଚାରୀ ଚାଷୀକୁ ଅଧିକ ଖତ ସାର ଦେବାକୁ ସଚେତନତା କରାଇଲେ ଜମିର ଉର୍ବର ବଢିବ ବୋଲି ଋଷିକୁଲ୍ୟା ରୟତ ମହାସଭାର ଉପଦେଷ୍ଟା ରବି ରଥ ଓ ସମ୍ପାଦକ ସିମାଞ୍ଚଳ ନାହାକ କହିଛନ୍ତି । ସରକାର ଜୈବିକ ଚାଷ କୁ ଗୁରୁତ୍ବ ଦେଲେ ଏ ସମସ୍ୟା ରହିବ ନାହିଁ ବୋଲି ମଧ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।
(ରବି ରଥ)
ଉପଦେଷ୍ଟା, ଋଷିକୂଲ୍ୟା ରୟତ ମହାସଭା
