March 12, 2026

ମୁଖ୍ୟରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ

IMG-20250825-WA0032
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସହରର ପ୍ରସିଦ୍ଧ ତାରିଣୀ ମନ୍ଦିର ଦେଇ ଯାଇଥିବା ମୁଖ୍ୟରାସ୍ତା ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିବା ବେଳେ, ଅଳ୍ପ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମା ହୋଇ ପୋଖରିର ଭ୍ରମ ସୃଷ୍ଟି କରେ। ଏହାଛଡା ଏହି ରାସ୍ତା ଦେଇ ଦୈନିକ ଶହ ଶହ ଭାରି ଯାନ ଯିବା ଆସିବା କରିବା ଯୋଗୁଁ ସ୍ଥାନେ ସ୍ଥାନେ ରାସ୍ତା ଦାବିଯାଇ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ଲୋକେ ବିଭାଗୀୟ କର୍ତୃପକ୍ଷଙ୍କୁ ବର୍ଷ ବର୍ଷ ଧରି ଦାବି ପତ୍ର ଦେଇ ଆସୁଥିବାବେଳେ, ସମ୍ପୃକ୍ତ ବିଭାଗ ଏଥିପ୍ରତି ତିଳେମାତ୍ର ଦୃଷ୍ଟି ନଦେବା ସ୍ଥାନୀୟ ଲୋକଙ୍କୁ ଘୋର ଚିନ୍ତାରେ ପକାଇଛି।

ପ୍ରକାଶ ଥାଉକି ଏହି ରାସ୍ତାଟି ଭବାନୀପାଟଣା-ରାୟଗଡ଼ା ରାଜ୍ରାଜପଥ ସହ ସଂଯୋଗ ଥିବାବେଳେ, ଏହି ରାସ୍ତା ଉପରେ ସେଣ୍ଟ୍ରାଲ ସ୍କୁଲ, ଦିବ୍ୟ ଜ୍ୟୋତି ପବ୍ଲିକ ସ୍କୁଲ ତଥା ସେଣ୍ଟ ଜାଭିୟର ହାଇସ୍କୁଲର ଶହ ଶହ ଛାତ୍ର ଛାତ୍ରୀ ଏହି ରାସ୍ତା ଦେଇ ଯିବାଆସିବା କରୁଥିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ, ଆଖ ପାଖର ପ୍ରାୟ ପଚିଶରୁ ଗ୍ରାମର ଲୋକେ ଓ ଛାତ୍ର ଛାତ୍ରୀ ଦୈନନ୍ଦିନ କାର୍ଯ୍ୟ ଓ ଉଚ୍ଚଶିକ୍ଷା ପାଇଁ ଏହି ରାସ୍ତା ଦେଇ ଭବାନୀପାଟଣା ଯିବା ଆସିବା କରିଥାନ୍ତି। ଏହି ରାସ୍ତାରେ ପାଣି ଜମାହେବା ଓ ବଡ ବଡ ଗର୍ତ୍ତ ସୃଷ୍ଟି ହେବା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଅତ୍ୟନ୍ତ ସାଧାରଣ ଘଟଣା ହୋଇଥିବାବେଳେ, ଗତ ଦୁଇ ତିନି ବର୍ଷରେ କିଛି ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି। ଏହି ରାସ୍ତା ସମସ୍ୟାର ସମାଧାନ ପାଇଁ ଉପାନ୍ତ ଖବର ସହ ଅନ୍ୟ କେତେକ ଗଣମାଧ୍ୟମ ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଚେଷ୍ଟା କରିଥିବାବେଳେ ସମ୍ପୃକ୍ତ ବିଭାଗକୁ କିଛି ଫରକ ପଡୁଥିବା ମନେ ହେଉନାହିଁ। ଏନେଇ ସ୍ଥାନୀୟ ଅଞ୍ଚଳ ଲୋକେ ଓ ସ୍କୁଲ ଛାତ୍ର ଛାତ୍ରୀଙ୍କ ଅଭିଭାବକମାନେ ତଥା ଆଖ ପାଖ ଗ୍ରାମର ଲୋକେ ଘୋର ଅସନ୍ତୋଷ ପ୍ରକାଶ କରିଥିବାବେଳେ, ଏହି ରାସ୍ତାର ଶୀଘ୍ର ନବୀକରଣ ପାଇଁ ପୁଣିଥରେ ବର୍ତମାନ ଦାବି ଜଣାଇଛନ୍ତି।

You may have missed